ଆଗକୁ ପାର୍ବଣ ଥିବା ବେଳେ ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ। ଯାହାକୁ ନେଇ ପୋଲିସ ପାଇଁ ବଢ଼ିଛି ଚିନ୍ତା। ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ମିଟିଂରେ ଏସିପି ଏବଂ ଇନ୍ସପେକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଡିସିପି କହିଛନ୍ତି।
ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।
ଅନୁଗୁଳ ବଅଁରପାଳ ୟୁପି ସ୍କୁଲ ପରିସର ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ ଘଟିଥିଲା। ୨୦୧୨ ସେପ୍ଟେମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଆଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ...
ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ।
ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ଭାରତରେ ଧନୀ ତାଲିକାରେ କିଏ ପ୍ରଥମ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କ ମନରେ ଉତ୍ସୁକତା ହେଉଥିବ।। ଏହାରି ଭିତରେ ଆଇଆଇଏଫଏଲ ୱେଲ୍ଥ ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୧ରେ ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି।
ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପରେ ଚେତିଛନ୍ତି ରାଜ୍ୟ ସରକାର। ଜବତ ବିସ୍ଫୋରକ କେମିତି ରଖିବେ, ସେଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଅକ୍ଟୋବର ୫ ସୁଦ୍ଧା ସବୁ ଥାନାର ମାଲଖାନା ପରିଦର୍ଶନ କରିବାକୁ ଏସଡିପିଓ ବା ଡିଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଏସ୍ପିଙ୍କୁ କୁହାଯାଇଛି ଓ ସେ...
କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା।
ପୁଅ ଗେମ୍ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।
ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ।
ଅରିନ୍ଦମ ତାଙ୍କର ନ୍ୟୁଜ ମାଧ୍ୟମରେ ସାଧାରଣ ଲୋକଙ୍କ ସୁଖ ଦୁଃଖର ସାଥୀ ହେବା ସହ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିପାରିଥିଲେ। ସେହିପରି ସୀତରାମ ବିପର୍ଯ୍ୟୟ ସମୟରେ ଅନେକ ଲୋକଙ୍କୁ ପାଣିରୁ ଉଦ୍ଧାର କରି ବେଶ୍ ପରିଚିତ ଥିଲେ। ତେବେ ଅରିନ୍ଦମ ଓ ସୀତାରାମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି।
ଟୋକିଓ ଅଲିମ୍ପିକ୍ସରେ ଆମ ସମସ୍ତଙ୍କର ଯେଉଁ ସ୍ୱପ୍ନ ସାକାର ହୋଇଛି, ତାହା ସମସ୍ତଙ୍କ ମନରେ ଖୁସି ଦେଇଛି। ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ହକି ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ। ଆଉ ଏହି ସ୍ମରଣୀୟ ମୁହୂର୍ତ୍ତ ସହ ହକିକୁ ଅଲବିଦା କହୁଛି।
କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ।
ଏଥିରେ ଭାରତ, ପାକିସ୍ତାନ ବ୍ୟତୀତ ଋଷିଆ, ଚୀନ୍, ଇରାନ ପ୍ରମୁଖ ରାଷ୍ଟ୍ର ସାମିଲ ହେବା ନେଇ ସୂଚନା ରହିଛି। ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। SCO ଦୁଶନାବେ ଘୋଷଣାନାମା ଅନୁଯାୟୀ ଏହି ମିଳିତ ଆଣ୍ଟି ଟେରର ମିଳିତ ଅଭ୍ୟାସ କରାଯାଉଛି।
ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା।
ବହୁଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଜଗତପୁର ଥାନା ପୋଲିସ। ତୁଷାରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାର ପ୍ରମାଣ ମିଳିବା ପରେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।
ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ପୁରୀ ଅତିରିକ୍ତ ଏସ୍ପି ପି. ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଦେବେ। ଫରେନ୍ସିକ ଟିମ୍ ଓ...
କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ...