Advertisment

ହକିରୁ ସନ୍ନ୍ୟାସ ନେଲେ ରୂପିନ୍ଦର

ଟୋକିଓ ଅଲିମ୍ପିକ୍ସରେ ଆମ ସମସ୍ତଙ୍କର ଯେଉଁ ସ୍ୱପ୍ନ ସାକାର ହୋଇଛି, ତାହା ସମସ୍ତଙ୍କ ମନରେ ଖୁସି ଦେଇଛି। ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ହକି ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ। ଆଉ ଏହି ସ୍ମରଣୀୟ ମୁହୂର୍ତ୍ତ ସହ ହକିକୁ ଅଲବିଦା କହୁଛି।

author-image
Chandan Shishu
rupinder pal singh

rupinder pal singh

ନୂଆଦିଲ୍ଲୀ: ହକିରୁ ବିଦାୟ ନେଲେ ରୂପିନ୍ଦର ପାଲ୍ ସିଂହ। ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ରୂପିନ୍ଦର ପାଲ୍ ସିଂହ ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ରୂପିନ୍ଦର ନିଜର ୧୩ ବର୍ଷର କ୍ୟାରିୟରରେ ଭାରତୀୟ ଦଳ ପାଇଁ ୨୨୩ ମ୍ୟାଚ୍ ଖେଳିଛନ୍ତି। ୩୦ ବର୍ଷୀୟ ରୂପିନ୍ଦର ଭାରତୀୟ ହକି ଟିମର ଷ୍ଟାର୍ ଡ୍ରାଗ୍ ଫ୍ଲିକର ଭାବେ ବେଶ୍ ପରିଚିତ ଥିଲେ।

Advertisment

ରୂପିନ୍ଦର ତାଙ୍କର ଅବସର ନେଇ କହିଛନ୍ତି ଯେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଛି। ମୁଁ ଭାରତୀୟ ହକି ଟିମରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛି। ଗତ କିଛି ମାସ ଧରି ମୋ ଜୀବନ ଉତ୍ତମ ରହିଛି। ଟୋକିଓରେ ସାଥୀ ଖେଳାଳିଙ୍କ ସହ ପୋଡିୟମରେ ଛିଡ଼ା ହେବାର ଅନୁଭୂତିକୁ କେବେବି ଭୁଲିପାରିବି ନାହିଁ। ମୋ ମତରେ ଏବେ ଯୁବ ଓ ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର, ଯାହା ଭାରତ ପାଇଁ ଖେଳି ମୁଁ ୧୩ ବର୍ଷ ଧରି ଅନୁଭୂତି କରିଛି। ଭାରତ ପକ୍ଷରୁ ୨୨୩ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବାରୁ ନିଜକୁ ସମ୍ମାନିତ ମନେ କରୁଛି।

ସେ ଆହୁରି କହିଛନ୍ତି- ଟୋକିଓ ଅଲିମ୍ପିକ୍ସରେ ଆମ ସମସ୍ତଙ୍କର ଯେଉଁ ସ୍ୱପ୍ନ ସାକାର ହୋଇଛି, ତାହା ସମସ୍ତଙ୍କ ମନରେ ଖୁସି ଦେଇଛି। ବିଶ୍ୱ ହକିରେ ଏତେ ପ୍ରତିଭାଶାଳୀ ହକି ଖେଳାଳିଙ୍କ ସହ ଖେଳିବା ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ। ଆଉ ଏହି ସ୍ମରଣୀୟ ମୁହୂର୍ତ୍ତ ସହ ହକିକୁ ଅଲବିଦା କହୁଛି। ବର୍ଷ ବର୍ଷ ଧରି ମୋ ସାଥୀ ଖେଳାଳି ସର୍ବଦା ମୋତେ ସମର୍ଥନ କରିଆସିଛନ୍ତି। ଆଗାମୀ ଦିନରେ ଟିମ୍ ଆହୁରି ସଫଳତା ହାସଲ କରୁ, ମୁଁ ଶୁଭକାମନା ଜଣାଉଛି।

Advertisment
Odisha Indian Hockey Rupinder Pal Singh
Advertisment
Advertisment