Advertisment

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ: ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଚିତ୍ର

ଉପଗ୍ରହରୁ ଉତ୍ତୋଳନ ହୋଇଥିବା ଚିତ୍ର

ଭୁବନେଶ୍ୱର: ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଏହାର ପ୍ରଭାବରେ ଆଜି ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର। ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଆସନ୍ତାକାଲି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୩ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ଯୋଗୁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ନଦୀରେ ବନ୍ୟା ପାଣି ଆସିବା ଆଶଙ୍କା ରହିଛି।

ସେପଟେ ବାତ୍ୟା ଗୁଲାବ୍ କ୍ରମଶ ଦୁର୍ବଳ ହୋଇ ଓଡ଼ିଶା ଅତିକ୍ରିମ କରି ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗି ଅଞ୍ଚଳରେ ସର୍ବାଧିକ ୧୪୮ ମିଟର ବର୍ଷା ରେକର୍ଡ ହୋଇଛି।  

Advertisment

ବାତ୍ୟା ଗୁଲାବ ଗତ ୨୬ ତାରିଖ ରାତିରେ ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା। ଓଡ଼ିଶାରେ ଏହାର ଏତେ ବିଶେଷ ପ୍ରଭାବ ପଡ଼ିନଥିଲା।  କିନ୍ତୁ ପ୍ରଭାବରେ ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ହୋଇଥିଲା।

Low Pressure Alert Rain Alert In Odisha
Advertisment
Advertisment