Advertisment

ମୋବାଇଲ ଗେମ୍ ପାଇଁ ଜୀବନ ହାରିଲେ ନବମ ଶ୍ରେଣୀର ଛାତ୍ର

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।

author-image
Chandan Shishu
Class IX student suicide

Class IX student suicide

କେନ୍ଦୁଝର: ମୋବାଇଲ ଗେମ୍ ପାଇଁ ଜୀବନ ହାରିଲେ ଜଣେ ଛାତ୍ର। କେନ୍ଦୁଝର ଜିଲ୍ଲା ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଛାତ୍ର ହେଲେ ଘସିପୁରା ଥାନା ଇନ୍ଦୁପୁର ଗାଁର ଚଗୁଲୁ ଯେନାଙ୍କ ପୁଅ ସୌମ୍ୟରଞ୍ଜନ। ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଆଜି ବିଦ୍ୟାଳୟରୁ ଫେରିବା ପରେ ମୋବାଇଲ ଧରି ଫ୍ରିଫାୟାର ଗେମ୍ ଖେଳୁଥିଲେ।

Advertisment

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍‌ ଖେଳିବାକୁ ମନା କରିବା ସହିତ ଆସନ୍ତାକାଲିର ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।

ସେଠାରେ ସେ ବେକରେ ଗାମୁଛା ଭିଡ଼ି ଝୁଲି ପଡ଼ିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ।

Advertisment
Student Mobile Game Odisha
Advertisment
Advertisment