ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ।
ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ବୈଠକରେ ଗାଇଡ ଲାଇନ୍ କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅଭିଭାବକଙ୍କ ମନରେ କିନ୍ତୁ ଶଙ୍କା ରହୁଛି।
ଏପରିକି ସେମାନେ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଭାଗରେ ଅମାନୁଷିକ ଭାବେ ଆଘାତ ଦେବା ସହ ତାଙ୍କୁ ନଦୀ କୂଳରେ ଫୋପାଡି ଫେରାର ହୋଇଯାଇଥିବା ଜଣାପଡିଛି। ଆଇଜି ହିମାଂଶୁ ଲାଲଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ଖୋଳତାଡ଼ କରିଛନ୍ତି।
ଶ୍ୱେତା ନାଁରେ ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ଥାନାରେ ୪୬ରୁ ଅଧିକ ମାମଲା ରହିଛି। ତା' ନାଁରେ ୬ଟି ହତ୍ୟା, ୫ଟି ଗୁଳିକାଣ୍ଡ, ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସରକାରୀ ଗାଡ଼ି ପୋଡ଼ି ଭଳି ସଂଗୀନ ମାମଲା ରହିଛି। ଶ୍ୱେତା ମୁଣ୍ଡରେ ୪ ଲକ୍ଷରୁ ପୁରସ୍କାର ଥିଲା।
୧୯୯୧ ମସିହା ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା(୩)ରେ ଦିଆଯାଇଥିବା କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି,...
ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।
ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।
କେକେଆର ଟିମ୍ ଶେଷ ୪ଟିଯାକ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ। କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇନଥିଲା। ୯ ବର୍ଷ ପରେ କୋଲକାତା ଠାରୁ ପ୍ରତିଶୋଧ ନେଇଛି ଧୋନୀ ବାହିନୀ ଚେନ୍ନାଇ ଟିମ୍।
ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।
ଜଣେ ପୋଲିସ କର୍ମଚାରୀ ଯାହାଙ୍କ ନାଁ ପ୍ରସନ୍ନ ବେହେରା। ହେଲେ ମଦମାଂସର ଆସର ଭିତରେ ବେଶ୍ ଝୁମୁଛନ୍ତି ରଂଗୀଲା ହୋଇ। ବାବୁ କିନ୍ତୁ କୌଣସି ଗ୍ରାହକ ନୁହଁନ୍ତି। କିମ୍ବା ଟଙ୍କା ଦେଇ ବି ଏଠାକୁ ଆସିନାହାଁନ୍ତି। ପ୍ରସନ୍ନ ହେଉଛନ୍ତି ଏହି ହୋଟେଲର ଅନ୍ୟତମ ଲିଜଧାରୀଙ୍କ ଭାଇ।
ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ।
ପାଖରେ ରଖିଥିବା ବନ୍ଧୁକ କାଢି ବିଭୂତିଙ୍କ ଉପରପକୁ ଗୁଳି ଚଳାଇ ପୂର୍ବତନ ସେନା କର୍ମଚାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।
ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।
କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।
ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି?
ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ।
ମହାମାରୀ ସମୟରେ ପିଲାଏ ଘରେ ବସି ମୋବାଇଲରେ ପାଠ ପଢୁଛନ୍ତି କିନ୍ତୁ ପାଠ ପଢା ଯେତିକି ଫଳପ୍ରଦ ହେଉନି, କୋମଳମତି ପିଲାଙ୍କ ଉପରେ କିନ୍ତୁ କୁପ୍ରଭାବ ଯଥେଷ୍ଟ ପଡୁଛି। ଅଭିଭାବକ ସଂଘର ଯୁକ୍ତି ହେଲା ଆତ୍ମଘାତୀ ମୋବାଇଲ୍ ଗେମଗୁଡିକୁ ସରକାର ବ୍ୟାନ୍ କରିବା ଉଚିତ।
ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍ପି ରାସ୍ତା ପ୍ରସ୍ତୁତ କରିଛନ୍ତି।
ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।