• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Cyclone gulab
୮୫ କିମି ବେଗରେ ବହିବ ପବନ: ୩ ନଦୀରେ ବନ୍ୟା ଆଣିବ ଗୁଲାବ !

ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ। ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ୟାଶ ଜାଲୁକା
ପ୍ରଥମ ଚାନ୍ସରେ ସିଭିଲ ସର୍ଭିସ କ୍ଲିୟର: ଦେଶରେ ଟପ୍‌-୪ରେ ରହିଲେ ବଡ଼ବିଲର ୟାଶ୍

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ...

Odisha Cyclone Warning
ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ: କେଉଁଠି କରିବ ଲ୍ୟାଣ୍ଡଫଲ୍‌, ଜାଣନ୍ତୁ

ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Police Lathi Charge
ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ! ପୋଲିସ-ପବ୍ଲିକ୍ ମୁହାଁମୁହିଁ

ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

Odraf Jawan Sitaram Murmmu
ସୀତାରାମଙ୍କୁ ଝୁରୁଛି 'ଡକେଇପାଳ'

ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି।

DRDO Espionage case
ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ !

ମହିଳା ଜଣକ ୭ଟି ଫେସବୁକ୍ ଆକାଉଣ୍ଟ କରିଥିଲେ। ଭିନ୍ନ ଭିନ୍ନ ପରିଚୟ ଦେଇ ସେ ଏସବୁ ଖୋଲିଥିଲା। ଅଲଗା ଲୋକ ସହ ଯୋଗାଯୋଗ କରିବାକୁ ଅଲଗା ଆକାଉଣ୍ଟ ବ୍ୟବହାର କରୁଥିଲା। ଅଭିଯୁକ୍ତଙ୍କ ସହ କଥା ହେଉଥିବା ୟୁକେ ଫୋନ୍ ନମ୍ବର ସମ୍ପର୍କରେ ଏବେ ଖୋଲତାଡ଼ କରାଯାଉଛି।

Cyclone
ଆସୁଛି ବାତ୍ୟା ! ୧୨ ଘଣ୍ଟାରେ ଗଭୀର ଅବପାତ

ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖରୁ ୨୮ ତାରିଖରେ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। 

Well Marked Low
୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖ ଓ ୨୮ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ କେତେକ ସ୍ଥାନରେ ୨୬ ଓ ୨୭ ତାରିଖ ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହା ଦ୍ୱାରା ତଳିଆ ଅଞ୍ଚଳରେ ପାଣି ଜମା ହେବାର ଆଶଙ୍କା...

OTV chief Reporter Arindam Das
ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ।

OTV Chief Reporter Arindam Das
'ଅରିନ୍ଦମ'ଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

ଅସମୟରେ ତାଙ୍କର ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜର ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି। 

ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ
ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ଥିଲେ ଅରିନ୍ଦମ

ସେ କ୍ରାଇମ୍ ରିପୋର୍ଟିଂ ହେଉ କି ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଆକର୍ଷଣୀୟ ଥିଲା। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ...

ସୁସ୍ଥ ହେବା ପରେ ମଞ୍ଜୁଳା
ବିଷ ପଞ୍ଝାରୁ ମୁକୁଳିଲା ମଞ୍ଜୁଳା !

ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ...

Covid Vaccination
ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ

ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା।

ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା
ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା !

କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।

Drowning Death
ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

New Degree Model College
ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି।...

Rainfall Alert
୯ ଜିଲ୍ଲାରେ ଦୁଇ ଦିନ ବର୍ଷିବ !

ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ପ୍ରଭାବରେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ...

Aambulance
ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ, ଆଖି ବୁଜିଲେ ରୋଗୀ

ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି। 

Miscreant
ଷ୍ଟୋନ୍‌ ମ୍ୟାନର ଦ୍ୱିତୀୟ ଟାର୍ଗେଟ୍‌ କିଏ?

ଜଣେ ସରକାରୀ ମଦ ଦୋକାନ ମାଲିକ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି...

BCCI
ଭାରତୀୟ ଘରୋଇ କ୍ରିକେଟରଙ୍କ ବଢିଲା ଦରମା

କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।