ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି ।
୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୩ ଦିନ ବର୍ଷିବ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଛାତ ଭୁଶୁଡିବା ଘଟଣାରେ ନିଜେ ସେ ଏନେଇ ମନଟରିଂ କରୁଛନ୍ତି । ଯଥାସମ୍ଭବ ଭଶୁଡିବା ସାଇଟରେ କାମ ଚାଲିଛି ।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।
ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ।
ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।
୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।
ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି ।
ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି।
ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବ।
ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି।
ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗମ୍ଗମ୍ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ । ୩ ଦିନ ଯାଏଁ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଶ୍ବସ୍ତି ଆଣିବ ବର୍ଷା ।
ଜୁନ୍ ଅଧା ହେଲାଣି, ହେଲେ ମୌସୁମୀ ଗାଏବ । ବର୍ଷା ନଥିବାରୁ ସାରା ରାଜ୍ୟରେ ବୈଶାଖ ଭଳି ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି କଲବଲ କରୁଛି । ତେଣେ ଆକାଶକୁ ଚାହିଁ ଚାହିଁ ଚାଷୀ ଛାତିରେ ଛନକା ପଶିଲାଣି ।
ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ।
ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ସର୍ବନିମ୍ନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା
୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।
ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।
ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।