• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୧୯ରେ ପୁଣି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ଓ ତତ୍ ସଂଲଗ୍ନ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ହେବା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ପୂର୍ବାନୁମାନ କରାଯାଇଛି।ସେପଟେ ଆସନ୍ତା ୧୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।...

ସୂଚନା ଅନୁଯାୟୀ, ଗତ ୨ ତିନି ଦିନରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ତେବେ ପାରାଦୀପରେ ସର୍ବାଧିକ ୭୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୪ଦିନ ଯାଏ ବର୍ଷା ଲାଗି ରହିବ। ଏଥିସହ ବିଜୁଳି ଓ ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି। ସେହିପରି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ତେବେ ଆଜି ନବରଂଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ: ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦର ଛାତ; ଜଣେ ମୃତ, ଏକାଧିକ ଆହତ

ଅପରପକ୍ଷେ ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ପରିମାଣ । ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବାଲେଶ୍ବର ଜିଲ୍ଲା ବିଭିନ୍ନ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ । ଏଥର ଚାଷ ହେବ କି ନାହିଁ ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଆଷାଢ଼ ମାସ ଶେଷ ହେବାକୁ ବସିଥିବା ବେଳେ ଆରମ୍ଭ ହୋଇନାହିଁ ଚାଷ କାମ। କିଛି କିଛି ଚାଷ କ୍ଷେତରେ ଚାଷୀ ପୋଖରୀରୁ ପାଣି କ୍ଷେତକୁ ମଡ଼ାଇ ତଳି ପକାଇଛନ୍ତି । ଏବେ ସୁଦ୍ଧା ଚାଷ ସରିଯିବା କଥା। ହେଲେ ଚାଷ ଆରମ୍ଭ ହୋଇନଥିବାରୁ ସେମାନଙ୍କୁ ଚିନ୍ତା ଘାରିଛି । ଖରା ଅଧିକ ହେଉଥିବାରୁ କ୍ଷେତ ଟାଙ୍ଗରା ଭୂଇଁ ହୋଇଗଲାଣି।

OTV is now on Whatsapp

Join and get latest news update delivered to you via whatsapp

Join Now