• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଅବପାତ ରହିଛି । ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ଅବପାତ । ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସଂଭାବନା ।

ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେଲା ଅବପାତ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହି ସିଷ୍ଟମ ପୁରୀ ଅତିକ୍ରମ କରିବ । ଫଳରେ ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସଂଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ଦୁଇ ଦିନ ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । 

 ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସମ୍ଭାବ୍ୟ ଡିପ୍ରେସନ୍ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ୪ ଦିନ ଭୀଷଣ ବର୍ଷା ହେବ। କିଛି ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ।

ସୂଚନା ଆନୁସାରେ ଆଜି ପାଇଁ ୧୦ ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏଥିରୁ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଆଉ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି। ସେହିପରି ୯ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେୱୋ ଆଲର୍ଟ। କାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୨ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା।

OTV is now on Whatsapp

Join and get latest news update delivered to you via whatsapp

Join Now