• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନ ଯେତିକି ଯେତିକି ଗଡ଼ୁଛି ସ୍ଥିତି ସେତିକି ସେତିକି ବିଗିଡ଼ିବାରେ ଲାଗିଛି । ଘର ଭିତରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି । ଖାଇବାକୁ ଗଣ୍ଡେ ଦାନା ନାହିଁ । ବନ୍ୟା ପାଣିରେ ସବୁ କିଛି ବୁଡ଼ିରହିଛି । ଫଳରେ ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ବାଘ, ହାତୀ ତ ପୁଣି କେତେବେଳେ ଲୋକଙ୍କ ନିକଟକୁ ମାଡ଼ି ଆସୁଛନ୍ତି ଗଣ୍ଡା । ଯାହାଦ୍ୱାରା ଭୟରେ ଲୋକଙ୍କ ଜୀବନ କଟୁଛି ।

ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବା ଯୋଗୁଁ ବେହାଲ ହୋଇଛି ଆସାମ । ଲୋକଙ୍କ ସହ ପଶୁପକ୍ଷୀ ବି ପ୍ରଭାବିତ ହୋଇଛନ୍ତି । ବନ୍ୟା ବିତ୍ପାତ ଯୋଗୁ ୧୯ଟି ଜିଲ୍ଲାରେ ପ୍ରାୟ ୬ ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ନଗାଁଓ ଜିଲ୍ଲାରେ ସ୍ଥିତି ଜଟିଳ ହୋଇଛି । ସେହିପରି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ୟୁପି ହାଥରସ୍ ଦଳାଚକଟାରେ ୧୨୧ ମୃତ ! ହସ୍ପିଟାଲ-ଶବଗୃହ ପାଖରେ କରୁଣ ପରିବେଶ...

ଏବେ ବି ବ୍ରହ୍ମପୁତ୍ର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି । ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି ।

ଏମିତିକି ଅନେକ ବିଲ୍ଡିଂର ପ୍ରଥମ ମହଲା ଜଳରେ ବୁଡି ରହିଥିବାରୁ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି । ସେପଟେ କାଜିରଙ୍ଗା ଜାତୀୟ ପାର୍କରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ଦେଖାଦେଇଛି ବିପଦ । ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି । ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ ।

କିଛିଦିନ ତଳେ ଆସାମ ଗୌହାଟୀରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ପାଖରେ ପହଞ୍ଚିଥିଲା । ଆଇକନିକ୍ ଶ୍ରୀବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ପ୍ରାୟ ବୁଡ଼ି ଯାଇଥିଲା । ଏହି ବିଶାଳ ଓ ବହୁ ଉଚ୍ଚରେ ଥିବା ମୂର୍ତ୍ତି ସବୁବେଳେ ବ୍ରହ୍ମପୁତ୍ର ନଦୀରେ ପାଣିର ଉଚ୍ଚତାକୁ ଦର୍ଶାଇଥାଏ । ଏହି ବିଶାଳ ମୂର୍ତ୍ତି ବୁଡ଼ି ଯାଇଥିଲା । ଫଳରେ ଆସାମ ସମେତ ଆଖପାଖ ରାଜ୍ୟରେ ବି ଚିନ୍ତା ବଢ଼ିଛି ।

ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ସେପଟେ ବନ୍ୟାପାଣି ଓ ବନ୍ୟ ଜୀବଯନ୍ତୁ ସାଧାରଣ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now