• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି । ଉତ୍ତର ସିକ୍କିମ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଲପାଇଗୁଡି, କଲିମପୋଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୋମବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି ।

ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ସେନା ମୁତୟନ ହୋଇଛନ୍ତି । ଗତକାଲି ଲଗାଣ ବର୍ଷାରେ କେଦାରନାଥରେ ବରଫ ଧସିଛି । କେଦାରନାଥ ବାବାଙ୍କ ମନ୍ଦିରର ଠିକ୍ ପଛ ପଟେ ବିଶାଳ ବରଫ ପାହାଡ଼ ଧସି ଯାଇଛି । ବରଫର ଏକ ବିଶାଳ ଅଂଶ ଧିରେ ଧିରେ ଧସି ବହୁ ତଳରେ ଥିବା ଗାନ୍ଧି ସରୋବରରେ ଆସି ଅଟକିଛି।

ଅଧିକ ପଢ଼ନ୍ତୁ: ବର୍ଷାରେ ବେହାଲ୍ ଉତ୍ତର-ଭାରତ; ସିକ୍କିମରେ ଜଳପ୍ରଳୟ, କେଦାରନାଥରେ ଧସିଲା ବରଫ ପାହାଡ଼

ତଳେ ସରୋବର ଥିବାରୁ ଧସିଥିବା ବରଫର ଅଂଶ ଏଠି ଅଟକି ଯାଇଥିଲା । ଏହା ଦୂରରୁ ଦେଖିଲେ ୨୦୧୩ର ମହାପ୍ରଳୟର ଭ୍ରମ ସୃଷ୍ଟି କରିଛି । ତେବେ ଏଥିରେ କାହାର କିଛି ବି କ୍ଷୟକ୍ଷତି ଘଟିନାହିଁ । ସେପଟେ ଫୁଲୁଛି ବ୍ରହ୍ମପୁତ୍ର ନଦୀ । ଆସାମ ଗୌହାଟୀରେ ବ୍ରହ୍ମପୁତ୍ର ବିପଦ ସଙ୍କେତ ପାଖରେ ପହଞ୍ଚିଛି । ଆଇକନିକ୍ ଶ୍ରୀବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ପ୍ରାୟ ବୁଡ଼ି ଯାଇଛି । ଏହି ବିଶାଳ ଓ ବହୁ ଉଚ୍ଚରେ ଥିବା ମୂର୍ତ୍ତି ସବୁବେଳେ ବ୍ରହ୍ମପୁତ୍ରରେ ନଦୀରେ ପାଣିର ଉଚ୍ଚତାକୁ ଦର୍ଶାଇଥାଏ ।

ଏହି ବିଶାଳ ମୂର୍ତ୍ତି ଏବେ ବୁଡ଼ି ଯାଇଛି । ଫଳରେ ଆସାମ ସମେତ ଆଖପାଖ ରାଜ୍ୟରେ ବି ଚିନ୍ତା ବଢ଼ିଛି । ସେହିପରି ମୁମ୍ବାଇରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ସମୁଦ୍ର ଫୁଲିଛି । ଆଜି ମୁମ୍ବାଇ ମରିନ୍ ଡ୍ରାଇଭରେ ବି ବହୁ ଉଚ୍ଚ ଜୁଆର ଉଠିଛି । ଜୁଆର ମାଡ଼ ମରିନ୍ ଡ୍ରାଇଭ ଯାଏଁ ପହଞ୍ଚିଛି । ସାଧାରଣ ଦିନରେ ଏହି ମରିନ୍ ଡ୍ରାଇଭରେ ଲୋକେ ଯାଆସ କରନ୍ତି, ପାଖ ଫୁଟପାଥରେ ବସନ୍ତି କିନ୍ତୁ ଉଚ୍ଚ ଜୁଆର ପାଇଁ ଆଜି ଏହା ସମ୍ଭବ ହୋଇପାରିନି ।

ଲଗାଣ ବର୍ଷା ପୂରା ଭାରତରେ ତାଣ୍ତବ କରିଛି । ଉତ୍ତର ପ୍ରଦେଶ ମୋରଦାବାଦର ଭୋଳାନାଥ କଲୋନୀରେ ଲଗାଣ ବର୍ଷା ଯୋଗୁଁ ଏହା ଏକ ବୃହତ ଜଳାଶୟର ଆକାର ଧାରଣ କରିଛି । ଦୁଇ ତିନି ଦିନ ହୋଇଗଲାଣି ସ୍ଥିତିରେ କୌଣସି ସୁଧାର ନାହିଁ । ଡ୍ରେନେଜ୍ ସମସ୍ୟା କାରଣରୁ ଏଠାରେ ସ୍ଥିତି ବିଗିଡ଼ିଛି । ତେଣୁ ଲୋକେ ପ୍ରଶାସନର ଡଙ୍ଗା ଉପରେ ନିର୍ଭରଶୀଳ ହୋଇପଡିଛନ୍ତି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଜଳ ପ୍ରଳୟ, ୮ ଦଶନ୍ଧିର ରେକର୍ଡ ଭାଙ୍ଗିଲା ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା

ସେହିପରି ଗୁଜରାଟର ବିଭିନ୍ନ ସହରରେ ଲାଗି ରହିଛି ବର୍ଷା । ଅହମ୍ମଦାବାଦ ସହରରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଅଘଟଣ ଘଟିଛି । ଲଗାତାର ଜାରି ରହିଥିବା ବର୍ଷା ଫଳରେ ସହରର କେ.କେ ନଗର ଅଞ୍ଚଳରେ ରାସ୍ତାରେ ଯିବା ବେଳେ ଏକ ବିରାଟ ଗଛ ଉପୁଡି ଦୁଇଟି କାର ଉପରେ ପଡିବାରୁ ତାହା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଅଘଟଣରେ କେହି ମୃତାହତ ହୋଇ ନାହାଁନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now