Advertisment

୨୫ ଯାଏଁ ପ୍ରବଳ ବର୍ଷିବ; ୬ ଜିଲ୍ଲାକୁ ୟେଲୋ ଆଲର୍ଟ

୨୫ତାରିଖ ଯାଏ ପ୍ରବଳ ବର୍ଷିବ। ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

author-image
Sonali Ojha
Rain

Rain

ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିସହ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ମଧ୍ୟ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

Advertisment

ଚିଲିକା ଉପରେ ଥିବା ଅବପାତ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଲୋ ପ୍ରେସରରେ ପରିଣତ ହେବ ଏବଂ ଓଡ଼ିଶା-ଛତିଶଗଡ ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏପଟେ ଲଗାଣ ବର୍ଷାରେ ମାଲକାନଗିରି ହାଲ୍ ବେହାଲ୍ ହୋଇଛି। ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ। ଲୋକଙ୍କ ଘରେ ପାଣି ପଶିଛି।

ମାଲକାନଗିରି ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଏବେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଛି। ଫଳରେ ମାଲକାନଗିରି ଓ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ମଧ୍ୟ ପାଣି ଚାଲୁଛି। ଏହି ୪ଟି ପୋଲ ମଧ୍ୟରୁ କେଉଁଠି ୨ରୁ ୩ ଫୁଟ ତ ଆଉ କେଉଁଠି ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲିଛି।ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ।

Advertisment

ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ସମ୍ଭବ ହେଉନି। ଏପଟେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ଯୋଡାମ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଛି। ପାଣି ପ୍ରବଳ ମାତ୍ରାରେ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ଔଷଧ ପତ୍ର, ମେଡିକାଲ କାଗଜପତ୍ର ଏବଂ କିଛି କିଛି ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ମେଡିକାଲରେ ପାଣି ପଶିବା ପରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇଥିଲା। ସୌଭାଗ୍ୟ ବଶତଃ ମେଡିକାଲ କର୍ମାଚାରୀ କି ରୋଗୀଙ୍କର କୌଣସି କ୍ଷତି ହୋଇନାହିଁ।

Weather
Advertisment
Advertisment