Advertisment

ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ; ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ...

କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Heavy Rainfall

ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା। କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର। ବ୍ରିଜ୍ ବୁଡିଛି, ସହରରେ ଲୋକଙ୍କ ଘରେ ପାଣି ପଶିଛି। ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।

Advertisment

ଲଘୁଚାପ ବର୍ଷାରେ ଉବୁଟୁବୁ ପୁରା ମାଲକାନଗିରି। ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଯୋଗାଯୋଗ ଠପ୍ ହୋଇଯାଇଛି। କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଚାଲିଛି ୭ରୁ ୮ ଫୁଟ୍ ପାଣି। ଫଳରେ ମାଲକାନଗିରି-କାଲିମେଳା ବାଟ ବନ୍ଦ। ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ବି ବର୍ଷା ପାଣି ସୁଅ କାଟୁଛି। ଆନ୍ଧ୍ର-ତେଲେଙ୍ଗାନା ରାସ୍ତାରେ ବି ସମ୍ଭବ ହୋଇପାରିନି ଗାଡ଼ି ଚଳାଚଳ। ସେପଟେ ସିରିପେଟାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବର୍ଷା ବିତ୍ପାତରେ ହନ୍ତସନ୍ତ ହେଉଛନ୍ତି ସହର ବାସିନ୍ଦା। ଏସବିଆଇ କଲୋନୀ ଓ ବାଲିସାଗର ତଳିଆ ଅଂଚଳରେ ପାଣି ପଶିବାରୁ ଜଳବନ୍ଦୀ ୩୦ରୁ ଅଧିକ ପରିବାର। ଆଗକୁ ଆହୁରି ବର୍ଷା ଥିବାରୁ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। 

ମାଲକାନଗିରି ବଣ୍ଡା ଘାଟିରେ ବି ବାଦଲ ଫଟା ବର୍ଷା ଭଳି ସ୍ଥିତି । ପାହାଡ଼ ଉପରୁ ମାଡି ଆସୁଛି ପାଣିର ପ୍ରଖର ସୁଅ । ମୁଖ୍ୟ ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଥିବାରୁ ବଣ୍ଡା ଘାଟିକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଲଗାଣ ବର୍ଷାରେ ମେଡିକାଲରେ ବି ପଶିଛି ପାଣି । ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ଷା ପାଣି ପଶି ସ୍ଥିତି ବେହାଲ। ନଷ୍ଟ ହୋଇଯାଇଛି ଔଷଧ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଯନ୍ତ୍ରାଂଶ। 

Advertisment

ଦୁଇ ଦିନର ଲଗାଣ ବର୍ଷାରେ କୂଳ ଲଂଘିଛି ନଦୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ତୁରୀ ନଦୀ ଉପରେ ତିଆରି ଅସ୍ଥାୟୀ ପୋଲ ଉପରେ ଚାଲିଛି ୨ ଫୁଟର ପାଣି। ଫଳରେ ନବରଙ୍ଗପୁର-ଉମରକୋଟ ମଧ୍ୟରେ ୫ଟି ବ୍ଲକକୁ ଠପ୍ ହୋଇଯାଇଛି ଯାତାୟତ। ସେପଟେ କୋରାପୁଟ ଲମତାପୁଟରେ ମେଡିକାଲ ରାସ୍ତାରେ ଆଣ୍ଠୁଏ ପାଣି। କାଙ୍ଗରାପଡା ଗାଁ ମୁଖ୍ୟ ରାସ୍ତାରେ ଗଛ ପଡି ଜଳାହାଞ୍ଜ ପଞ୍ଚାୟତକୁ ବିଛିନ୍ନ ହୋଇଯାଇଛି ଯୋଗାଯୋଗ। ସେପଟେ ଲକ୍ଷ୍ମୀପୁରରେ ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡି ୪ ଜଣ ଆହତ ହୋଇଛନ୍ତି। ମୟୂରଭଂଜ ଉଦଳା ବ୍ଲକ କଇଁସାରି ଜାମୁଘାଟ ପୋଲ ଉପରେ ୨ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଉଦଳାରୁ ବାଲେଶ୍ବର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି ।

ଏପଟେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଅଧିକ ପ୍ରଭାବିତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି। 

Heavy Rainfall Heavy Rainfall Alert Heavy Rainfall In Odisha Heavy Rainfall Warning For Odisha
Advertisment
Advertisment