/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721531845.jpg)
Gujarat Rain
ମୌସୁମୀ ଜନିତ ୩ ଦିନ ଧରି ଲାଗି ରହିଥିବ ଲଗାଣ ବର୍ଷାରେ ବୁଡିଲା ଗୁଜରାଟ ପୋରବନ୍ଦରର ଅନେକ ଅଞ୍ଚଳ। ଲଗାଣ ବର୍ଷାରେ ଅନେକ ସ୍ଥାନରେ ପାଣି ଜମି ରହିବା ଫଳରେ ଯାତାୟତରେ ବାଧା ଉପୁଜିଛି। କୋଷ୍ଟାଲ ଦେବଭୂମି ଦ୍ୱାରକା, ପୋରବନ୍ଦର ଏବଂ ଜୁନାଗଡ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ସୌରାଷ୍ଟ୍ରର କିଛି ଅଞ୍ଚଳରେ ରେଳ ଚଳାଚଳ ବ୍ୟାହତ ହୋଇଥିବାବେଳେ ଦେବଭୂମି ଦ୍ୱାରକାଠାରେ ୧୦ଟି ରାସ୍ତାରେ ପାଣି ଚିଲିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ତଳି ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପାଣିପାଗ ବିଭାଗର ସୂଚନାନୁସାରେ, ଦେବଭୂମୀ ଦ୍ୱାରାର ଦ୍ୱାରକା ତାଲୁକା ଶନିବାର ୨୨ଘଣ୍ଟା ମଧ୍ୟରେ ୨୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେନ୍ଦ୍ର ଶ୍ରମ ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପୋରବନ୍ଦରର ବନ୍ୟା ପ୍ଳାବିତ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନୀୟ ପ୍ରଶାସନ ୪୪ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଅତିରୁ ଅତି ପ୍ରବଳ ବର୍ଷାରେ ଅନେକ ସ୍ଥାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତା କାଟି ପାଣି ଛଡାଯାଉଥିବା ଦେଖିବାକୁ ମିଳିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।
Tropical Storm Carina(Garmi) east Philippines Sea
Light rain likely at some places France(Paris),Netherlands,Vietnam
(Da Nang),Uttrakhand(Haridwar, Jaspur),South Raj(Banswara),Gujrat (Kevadia),MP(Ujjain),MS(Nanded, Mumbai),Goa,N.Karnataka(Bidar), TS(Hyderabad),AP(Kakinada) pic.twitter.com/nAjOFnkhLC— Dr.Sandeepkaushish (@sandeepkaushis4) July 21, 2024
ସେହିପରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଭୀଷଣ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କ୍ରମାଗତ ତୃତୀୟ ଦିନ ପାଇଁ ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି। ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ସ୍ଥିତି ଆହୁରି ଖରାପ ହେବା ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ କେତେକ ରାସ୍ତା ଓ ରେଳ ଧାରଣାରେ ପାଣି ଜମି ରହିଥିବାରୁ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି।
ସହରରେ ଲୋକାଲ ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଥିବା ଜଣାଯାଇଛି। ଆଜି ମଧ୍ୟ ମହାରାଷ୍ଟ୍ର, ମରାଠାଵାଡ଼ା, କୋଙ୍କଣ ଏବଂ ଗୋଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ମହାରାଷ୍ଟ୍ରର ପୁଣେ, ଥାଣେ, ନାସିକ ଓ ପାଲଘର ସମେତ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
#WATCH | Mumbai: Rain lashes parts of Mumbai city; visuals from Western Express Highway, Vile Parle. pic.twitter.com/m5lr4Tm1op
— ANI (@ANI) July 20, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)