Advertisment

ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।

author-image
Sujit kumar Swain
ଅଦ୍ୟତନ ହୋଇଛି
IMD Issues Yellow Alert To 6 Districts In Odisha

heavy rainfall

ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆଜି ପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଆସନ୍ତାକାଲି ମଧ୍ୟ ଏସବୁ ଜିଲ୍ଲା ସମେତ ନବରଙ୍ଗପୁର, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଧିକ ପଢ଼ନ୍ତୁ: ବର୍ଷାରେ ଭିଜିବ ଓଡ଼ିଶା, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଅପରପକ୍ଷେ ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ପରିମାଣ । ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ ।

Advertisment

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବାଲେଶ୍ବର ଜିଲ୍ଲା ବିଭିନ୍ନ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ । ଏଥର ଚାଷ ହେବ କି ନାହିଁ ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଆଷାଢ଼ ମାସ ଶେଷ ହେବାକୁ ବସିଥିବା ବେଳେ ଆରମ୍ଭ ହୋଇନାହିଁ ଚାଷ କାମ। କିଛି କିଛି ଚାଷ କ୍ଷେତରେ ଚାଷୀ ପୋଖରୀରୁ ପାଣି କ୍ଷେତକୁ ମଡ଼ାଇ ତଳି ପକାଇଛନ୍ତି । ଏବେ ସୁଦ୍ଧା ଚାଷ ସରିଯିବା କଥା। ହେଲେ ଚାଷ ଆରମ୍ଭ ହୋଇନଥିବାରୁ ସେମାନଙ୍କୁ ଚିନ୍ତା ଘାରିଛି । ଖରା ଅଧିକ ହେଉଥିବାରୁ କ୍ଷେତ ଟାଙ୍ଗରା ଭୂଇଁ ହୋଇଗଲାଣି।

Weather Update Rainfall Alert
Advertisment
Advertisment