ୟୁକ୍ରେନ-ଋଷିଆ ଯୁଦ୍ଧବେଳେ ୟୁକ୍ରେନକୁ ଆତ୍ମଘାତୀ ଡ୍ରୋନ ଦେଲା ଆମେରିକା। ଚିନ୍ତାରେ ପୁଟିନ୍ ସେନା...ଯୁଦ୍ଧରେ ଶତ୍ରୁଙ୍କୁ ସାବାଡ୍ କରିବା ସହ ଗେମ୍ ଚେଞ୍ଜ କରିଦେବ ଏହି ସ୍ୱତନ୍ତ୍ର ଡ୍ରୋନ୍...
ଯୁଦ୍ଧ ମୈଦାନର ସାରଥି। ୟୁକ୍ରେନ ଉପରେ ଘନ ଘନ ବୋମାବର୍ଷଣ କରୁଥିଲା ଋଷିଆ। ଆଉ ସେଇ କଠିନ ସ୍ଥିତିରେ ମହିଳା ପାଇଲଟ୍ ମହାଶ୍ୱେତା ୮୦୦ ପିଲାଙ୍କୁ ଉଦ୍ଧାର କରିଥିଲେ।
ସ୍ୱାମୀ ନାହାନ୍ତି...ଦିନରେ ଖଟିଲେ ରାତିକୁ ଘରେ ଚୁଲି ଜଳିବ। ଏପର୍ଯ୍ୟନ୍ତ ଚାଉଳ ମିଳୁନି କି ଘର ବି ମିଳୁନି। ସରକାରୀ ଯୋଜନାକୁ ଅନାଇ ବସିଛନ୍ତି ସେବନୀ
ଆଉ କେତେ ପ୍ରତିଶ୍ରୁତି? ବସ୍ତି ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି...ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ ଲାଭ ପାଉନାହାନ୍ତି ଜନତା
ଓଟିଭି ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀଙ୍କ ପାଖକୁ ଫୋନ୍ ଆସିଲା। ଫୋନ କରିଥିବା ବ୍ୟକ୍ତିଜଣକ କହିଲେ ମୁଁ CISF ଯବାନ... ମୋର ରାଉରକେଲାରୁ ଅନ୍ୟତ୍ର ବଦଳି ହୋଇଯାଇଛି। ଆପଣ ମୋ ଟିଭି, ଫ୍ରିଜ୍, ପଲଙ୍କ, ସୋଫା, ଡାଏନିଂ କିଣିବେ କି? ଦିନରେ ଲଣ୍ଠନ ଦେଖାଉଥିଲେ ଠକ ଯବାନ। ତା' ପରର ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ପେଟେ ଦେଶୀ ମଦ ପିଇ ଷ୍ଟେସନରେ ଲୋକଙ୍କୁ ମାଡ଼ ମାରୁଥିଲେ ପୋଲିସ ବାବୁ। ଆଉ ଯେତେବେଳେ ଜଣେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ଏହି ପୋଲିସ ବାବୁ...ଫୁରସତ ନଦେଇ ଚପଲରେ ପିଟିଥିଲେ ମହିଳା...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ
ଅନ୍ତର୍ଜାତୀୟ ସ୍ତରରେ ପୁଣି ବେଜିତ୍ ହେଲା ପାକିସ୍ତାନ। ଏତେ ପାରିବାର ବୈଜ୍ଞାନିକ ଯେ, ପରୀକ୍ଷା କରିବା ପୂର୍ବରୁ ହିଁ ଫୁସୁକି ଗଲା ମିଜାଇଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଆରେ ନାରଣ....ଅଫିସ୍ ଟାଇମ ତ ୧୦ଟା । ଏ ଘଣ୍ଟାରେ ତ ୧୦.୩୦ ବାଜିଲାଣି କେହି କଣ ଆସୁନାହାନ୍ତି...କ୍ୟାମେରା ଲାଇଟ୍ ପଡ଼ୁ ବାବୁ କହିଲେ ... ମୋର ଗାଡ଼ି ପମ୍ପଚର ହୋଇଛି ତ...ତେଣୁ ମୁଁ ଟିକିଏ ଡେରିରେ ପହଞ୍ଚିଲି
୭ ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶବ୍ଦ। ହେଲେ ଗାଧୁଆ ଘରେ ଛକି ବସିଥିଲା ଯମ... ପଶିବା ମାତ୍ରେ ଗୋଡ଼ ଖସିଯିବାରୁ ଗର୍ଭବତୀଙ୍କ ଚାଲିଗଲା ଜୀବନ...ମୁଣ୍ଡ ପିଟି କାନ୍ଦୁଛି ମାଆ, ଧୈର୍ଯ୍ୟହରା ସ୍ୱାମୀ, ଦେଖନ୍ତୁ ଏହି ହୃଦୟବିଦାରକ ଦୃଶ୍ୟ
ଆତ୍ମସନ୍ତୋଷରୁ ବଢିଯାଇଛି ଆତ୍ମବିଶ୍ୱାସ। ମେୟର ପାଇଁ ମୋ ନାଁକୁ କୌଣସି ନେତା ଅବଜେକ୍ସନ କରିନାହାନ୍ତି। ୪୦ ବର୍ଷ ପରେ କଟକବାସୀ ଭରସା କରିଛନ୍ତି...କଂଗ୍ରେସର ବିଧାୟକ ଅଛନ୍ତି, ମେୟର ବି କଂଗ୍ରେସ ଖାତାକୁ ଯିବ। ହାତକୁ ଲୋକ ଅନାଇ ବସାଇଛନ୍ତି, ପଂଚାୟତର ଇଫେକ୍ଟ ପୌର ଉପରେ ଜମା ନାହିଁ : କଂଗ୍ରେସ କଟକ ମେୟର ପ୍ରାର୍ଥୀ ଗିରିବାଳା ବେହେରା
ଚେୟାରମ୍ୟାନ ହେବ ତ ଏମିତି। ଦାୟିତ୍ୱ ନେଉ ନେଉ ଲୋକଙ୍କ ସମସ୍ୟା ବୁଝିଲେ...କଲେକ୍ଟରଙ୍କୁ ଫୋନ୍ କଲେ। ହେଲେ ନେଟୱାର୍କ ସମସ୍ୟା ପାଇଁ ଫୋନ୍ ଲାଗିଲାନି...ନିଜେ ପାହାଡ଼ ଉପରକୁ ୩ କିଲୋମିଟର ବଣୁଆ ରାସ୍ତା ଚଢିଲେ...ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କଲେ
ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ, ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ। ଇଏ ୟୁକ୍ରେନ୍ର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ।
ରଙ୍ଗମୟ ବସନ୍ତରେ ପଲ୍ଲବିତ ପୁରପଲ୍ଲୀ, ଭକ୍ତିମୟ ପରିବେଶରେ ଫଗୁର ଫୁଆର । ଦୋଳ ବେଦିରେ ବିରାଜିତ ଦୋଳ ଗୋବିନ୍ଦ ଗାଁକୁ ଗାଁ ,ସାହିକୁ ସାହି ବିମାନରେ ବସି ବିହାର କରୁଛନ୍ତି ରାଧାକୃଷ୍ଣ ।
ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା ସ୍ଥିତି । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ । ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସିଂହଦ୍ୱାର ଆଗରେ ଟାଣ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଭକ୍ତଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରକୁ ପଶିଥିଲେ ।
ହା ଆଶଙ୍କା କରାଯାଉଥିଲା, ତାହା ହିଁ ଇସାରା କରୁଛି। କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରିରେ ରହସ୍ୟଜନକ ମେମୋରି ଚିପ୍ ଉପରେ କେନ୍ଦ୍ରୀଭୂତ ହେଉଛି, ପୋଲିସ ତଦନ୍ତର ଗତିବିଧି।
ପୌର ନିର୍ବାଚନରେ ବିଜେଡ଼ି ଉପରେ ବିରୋଧୀଙ୍କ ପ୍ରସଙ୍ଗ ରାଜନୀତି କାମ ଦେବ ତ?
ରାସ୍ତା ନିର୍ମାଣ ନାଁରେ ଟଙ୍କା ଆସିଲା, ବିଲ୍ ହେଲା। ହେଲେ କାମ ହେଲାନି। ସରପଂଚଙ୍କଠାରୁ ସରକାରୀ ଅଫିସର ମିଳିମିଶି ସବୁ ଟଙ୍କାକୁ କରିଦେଲେ ଚଳୁ...ସତ ଜାଣିବା ପରେ କଲେକ୍ଟରଙ୍କୁ ଗୁହାରି କରୁଛନ୍ତି ଗାଁ ଲୋକ
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଯୁଦ୍ଧବେଳେ ଯେଉଁମାନେ ବିଶ୍ୱାସଘାତକ କରିଛନ୍ତି ସେମାନଙ୍କର ହେବ ମୁଣ୍ଡକାଟ। ଆମେରିକା ଓ ଏହି ଦେଶକୁ ନେଇ ଦେଲେ କଡ଼ା ଟିପ୍ପଣୀ
ବ୍ରେନ ଷ୍ଟ୍ରୋକ୍ ପରେ ବିଛଣାରେ ଭବାନୀଶଙ୍କର। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଶଯ୍ୟାଶାୟୀ ହେବାରୁ ଦିନରେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ପରିବାର ଲୋକ। ଆଉ ସ୍ୱାମୀର ଏ ଅବସ୍ଥା ଦେଖି ପାଗେଳି ପ୍ରାୟ ସ୍ତ୍ରୀ...ଏବେ ଆପଣମାନେ ସାହାଯ୍ୟ କଲେ ଭଲ ହେବେ ଭବାନୀ
ହେ ଭଗବାନ !! ଏମାନଙ୍କୁ କେହି ପାରିବେନି...ହରିନାମ ସଂକୀର୍ତ୍ତନରେ ବି ପୁଷ୍ପା ଗୀତର ରିମିକ୍ସ ଦେଇଦେଲେ। ନାରଣରେ କ’ଣ ଭାବୁଥିବେ ପ୍ରଭୁ?
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଥମୁନି ଚର୍ଚ୍ଚା। ପ୍ରତି ସଭାରେ, ସବୁ ଗସ୍ତରେ ବାମ ପାର୍ଶ୍ୱ ହାତରେ କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ମୋଦି? ଉପସ୍ଥାପକଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ...
ମୋ ଛୁଆ ପୂରା ବିଜି ବାଳୁଙ୍ଗା। ଇଏ ଆଇସକ୍ରିମ ବାଲାକୁ କଣ କହିବି? ରାତି ପାହିନଥିବ, ମୋ ଦୁଆରେ ଆସି ଘଣ୍ଟି ପିଟିବ ନିଅ ନିଅ ଆଇସକ୍ରିମ୍। ମୋ ଛୁଆଙ୍କୁ ସମ୍ଭାଳିପାରିବ ତ?
ୟୁକ୍ରେନ ସପକ୍ଷରେ ଯିଏ ବାହାରିବ ତାକୁ ଦୃଢ ଜବାବ ଦିଆଯିବ। ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ର ଭିଡିଓ ଜାରି କରି ସାରା ବିଶ୍ୱକୁ ଏମିତି ଚେତାବନୀ ଦେଇଛି ଋଷ। ଆଉ ବିଶ୍ୱକୁ ଚେତାଇ ଦେଇଛି ଯଦି ୟୁକ୍ରେନ ଯୁଦ୍ଧରେ କେହି ହସ୍ତକ୍ଷେପ କରେ ତାକୁ କେତେବେଳେ ଟାର୍ଗେଟ କରାଯିବ, ତାହା ଜାଣି ହେବନାହିଁ। ଏବେ ଦେଖନ୍ତୁ ସେହି ଭିଡିଓ...
ମାତ୍ର ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଆଶ୍ଚର୍ଯ୍ୟ ହେଲେ ସମସ୍ତେ ...ମାତ୍ର ୪୫ ଦିନରେ ୭ ମହଲା ତିଆରି ହେଲା କେମିତି?
୫ ହଜାର ଦିଅ...ନଦେଲେ ସାଙ୍ଗେ ସାଙ୍ଗେ ୟୁଟ୍ୟୁବ୍ରେ କରିଦେବି ତୁମର ଅନ୍ତରଙ୍ଗ ଭିଡ଼ିଓ। ବାସ୍ ଏତିକି ଫୋନ୍ କଲରେ ଶୁଣିବା ପରେ ଟଙ୍କା ଦେଉଥିଲେ ଯୁବକ, ମାଲେମାଲ ହେଉଥିଲା ସାଇବର ଲୁଟେରା