ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)।
ନୟାଗଡ଼ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛରେ ଲେଡ଼ି ଲିଙ୍କ୍ । ମାସକ ତଳେ ସଂଘଟିତ ରହସ୍ୟଜନକ ଅପରାଧ ପଛରେ ରାଜଧାନୀର ଏକ ୱେବ ପୋର୍ଟାଲ୍ ମାଲିକାଣୀଙ୍କ ସଂପୃକ୍ତି ଆଶଙ୍କା, ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ହିଜାବ ସପକ୍ଷବାଦୀଙ୍କୁ ଶକ୍ତ ଧକ୍କା । ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ ।
ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଯୋଦ୍ଧା ତାଲିକା ଚୂଡ଼ାନ୍ତ ପରେ ପୌର ଯୁଦ୍ଧ ପାଇଁ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି ।
ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଭୃଷଙ୍ଗପତ୍ର, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା ଦେଇ ହାଲକେଇକି ଫୁଟଣ ପକେଇ ଦେଲେ...ଖାଲି ତ ହାତକୁ ଚାଟୁଥିବେ...ଏବେ ଜାଣିରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ
ୟୁକ୍ରେନକୁ କବଜ୍ କରିବା ସହଜ ନୁହେଁ। ଯୁଦ୍ଧ କରି କରି ଋଷ ପାଖରୁ ସରିଗଲାଣି ଅସ୍ତ୍ରଶସ୍ତ୍ର । ଏବେ ଚୀନକୁ ମାଗିଲା ସାହାଯ୍ୟ। କହିଲା ମତେ ତୁରନ୍ତ ଦିଅ
ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ
ଲତାଙ୍କ ପରି ଗୁରୁଙ୍କଠାରୁ ସଙ୍ଗୀତ ସାଧନା କରିବା କିଛି କମ୍ କଥା ନୁହେଁ। ଥରେ ମୁଁ ରାଧାକୃଷ୍ଣ ମୂର୍ତ୍ତି ଓ ଖଜା ନେଇ ଯାଇଥିଲି...ମତେ ଛୁଇଁ ଦେଇ କହିଲେ ତୁମେ ଓଡ଼ିଶାରୁ ଆସିଛ...ତୁମକୁ ଛୁଇଁଦେଲେ ଜଗନ୍ନାଥଙ୍କ ପାଖରେ ପହଞ୍ଚିଯିବି କହିଥିଲେ। ନିଜ ଗୀତ ସ୍ୱରର ଯାଦୁଗରୀରେ ବିଭୋର ହେଉଛନ୍ତି ଦର୍ଶକ..ଆପଣ ବି ଶ୍ୟାମାମଣି ଦେବୀଙ୍କ ମୁହଁରୁ ପଦିଏ ଗୀତ ଶୁଣୁନିଅନ୍ତୁ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର..ସାର୍ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍ ବେବି ରଙ୍ଗବତୀ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର । ସାର୍ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍ ବେବି ରଙ୍ଗବତୀ
ରାତି ଅଧରେ ଫୋନ୍ ଆସିଲା,ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା । ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍ ବେଡ୍ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।
ଭୋଟ୍ ସରିଲା ମାନେ ଆମର କିଛି ପାୱାର ନାହିଁ। ଟଙ୍କା ୭ଶହ ଯୋଗାଡ଼ କରି ଯାଉଛି ମୁଁ ଦାଦନ ଯିବି...ନେତାତ ମେଞ୍ଚାଏ ପ୍ରତିଶ୍ରୁତି ଦେଲେ ହେଲେ ରଖିଲେନି
ନିର୍ବାଚନରେ ହାରିଗଲେ ସ୍ୱାମୀ। ଗାଁ ଲୋକଙ୍କ ଟାହିଟାପରା ସହିପାରିଲେନି ସ୍ୱାମୀ । ଶୋଇବା ଘରେ ବେକରେ ଦଉଡ଼ି ଦେଇ କଲେ ଆତ୍ମହତ୍ୟା। ସେପଟେ, ମାନିସକ ଭାରସ୍ୟାମ ହରାଇ ବିଷ ପିଇଦେଲେ ସ୍ତ୍ରୀ। ନୂଆ ସରପଂଚ କହିଲେ ।
ମୁଁ ତୋ ପ୍ରେମର ଆସମାନ୍, ତୁ ମୋ ମନର ମେହମାନ୍...ତୋ ପାଇଁ ଦିଲ୍ ହୁଏ ବେକରାର୍...ଦେଖନ୍ତୁ ଏହି ଗୀତରେ କେମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ନାୟକ ଓ ନାୟିକା
ଶବ୍ଦ ନାହିଁ କି କୋଳାହଳ ନାହିଁ, କିନ୍ତୁ ସଂପର୍କ ରହିଲାଣି ୩୦ ବର୍ଷ। ଦୁହେଁ କଥା କହିପାରନ୍ତି ନାହିଁ। ଠରାଠରିରେ କଥାବାର୍ତ୍ତା। ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ କାମ ଅଲଗା ଅଲଗା। କିନ୍ତୁ କେବେ ବୁଝାମଣା ଭୁଲ୍ ହୋଇନି। ସବୁବେଳେ ସେମାନେ ପରସ୍ପରକୁ ଭେଟନ୍ତି ଗୋଟେ ଚା ଦୋକାନରେ। ଆସନ୍ତୁ ଭେଟିବା ଅତୁଟ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଥିବା ଏ ଦୁଇ ଯୁବକଙ୍କୁ ।
ଢ଼େଇରୁ ଓହରି ଯିବାକୁ ଶାସକ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀମାନଙ୍କ ଉପରେ ନାନା ପ୍ରକାର ଚାପ ପକାଯାଇଥିବା ଅଭିଯୋଗ ଆଣିଛି ବିଜେପି । କାହାକୁ ଧମକ ତ କେଉଁଠି ପ୍ରଲୋଭନ ଦେଖାଯାଇଥିବା ଅଭିଯୋଗ ଆସିଛି ।
ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି।
ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ବର୍ଗର ପିଲାଙ୍କୁ ଟିକାକରଣ। ଦିଆଯିବ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଆଜି ଏ ନେଇ ଟ୍ୱିଟ୍ କରିଛନ୍ତି।
ବିମାନ ଫ୍ୟାକ୍ଟ୍ରିଠୁ ଆରମ୍ଭ କରି ଜନବସତି ଅଞ୍ଚଳର ଆପାର୍ଟମେଣ୍ଟ ଯାଏଁ, ୟୁକ୍ରେନ୍ କ୍ୟାପିଟାଲ୍ ସିଟିର ଗୋଟିକ ପରେ ଗୋଟିଏ ଭିତ୍ତିଭୂମି ଋଷୀୟ ଆକ୍ରମଣ ପରେ ଧ୍ୱଂସସ୍ତୁପରେ ପରିଣତ ହେଉଛି ।
୨୯ ଏପ୍ରିଲ୍ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ ।
ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଜଣାପଡ଼ିଛି
ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଗଣ ବିବାହ ।
ରାଇରଙ୍ଗପୁରର ବିଷ୍ମୟ ବାଳକ ଆରୁଷ ସାହୁ। ଆଖିରେ ପଟ୍ଟି ବାନ୍ଧି ପାଠ ପଢିବା ସହ କରୁଛନ୍ତି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ପାଦ ସ୍ପର୍ଶରେ ଚିତ୍ର ଗୁଡ଼ିକୁ ଅତି ସହଜରେ ଚିହ୍ନି ପାରୁଛନ୍ତି।
ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...