ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା ବାନ୍ଧୁଛି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବି ବଢ଼ିବାରେ ଲାଗିଛି ଏହାକୁ ଚେକ୍ ଦେବା ସହ ସଙ୍ଗଠନ ଉପରେ ଏବେଠାରୁ ଗୁରୁତ୍ୱ ଦେଉଛି ଦଳ। ଆଜି ପଦ୍ମପୁର ପୋଷ୍ଟମର୍ଟମ ବେଳେ ନବୀନ ନିବାସରେ ଏ ବିଷୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
Published: Sarbeswar
Last updated: 07 December 2022, 10:12 PM IST
ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ, ମଞ୍ଚ ଚାରିପଟ ବେଢ଼ିଛନ୍ତି ଗାଁ ଲୋକେ... ଆଉ ତାରି ଭିତରେ ଲାପଟପ୍ ଧରି କାମ କରୁଛନ୍ତି ଦୁଇ ଯୁବକ। ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର। କିଏ କାଳିଆ ଯୋଜନା ଟଙ୍କା ପାଇଁ ଅନେଇ ବସିଛି ତ ଆଉ କିଏ ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ କରିବାକୁ ଆସିଛି। ସରକାରୀ ଯୋଜନାର ଲାଭ ଟିକେ ପାଇବା ପାଇଁ ଏଠି ଲୋକଙ୍କୁ ସକାଳୁ ଆସିଲେ ସଞ୍ଜ ହେଉଛି। ଇଏ ଆଜି କି କାଲିର ଘଟଣା ନୁହେଁ। ଉପାନ୍ତ କନ୍ଧମାଳ ଜିଲ୍ଲାର ଏକାଧିକ ପଞ୍ଚାୟତରେ ସ୍ଥିତି ଏମିତି। ବାଳନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡ଼ାସାହି ନିକଟରେ ଥିବା ଜଙ୍ଗଲରେ ଚାଲିଛି ଜନସେବା କେନ୍ଦ୍ର।