Snake Bite
ରାଜ୍ୟରେ ବଢ଼ି ଚାଲିଛି ସର୍ପାଘାତ ମୃତ୍ୟୁ । ଚିନ୍ତାରେ ସରକାର । ଗାଇଡ୍ ଲାଇନ୍ ଜାରି କଲା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଖାସ୍ କରି କେନ୍ଦୁଝରର ଏକ ଘରୋଇ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯିବା ପରେ ଚେତିଛି ପ୍ରଶାସନ । ଗାଇଡ୍ଲାଇନ୍ରେ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍କୁଲକୁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ ଟିମ୍ ପଠାଇ ସର୍ପାଘାତ ସଂପର୍କରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଅ । ହଷ୍ଟେଲଗୁଡ଼ିକୁ ବେଙ୍ଗ ଓ ମୂଷାମୁକ୍ତ ରଖ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)