ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର । ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ ।
ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।
ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।
ବରଗଡ଼, ସନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି,ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର ଓ କୋରାପୁଟ୍ ଆସନରେ ପ୍ରାର୍ଥୀ ଦେଇଛି ଦଳ।
ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।
ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।
ଏଥର ବଲାଙ୍ଗିର ସଦର ବିଧାନସଭା ଆସନରେ ହେବ ବିଗଫାଇଟ । ପ୍ରଚାର ପୂର୍ବରୁ ବିଜେଡି ଓ କଂଗ୍ରେସ ଭିତରେ ଆରମ୍ଭ ହେଲାଣି ପାୱାର ସୋ..।
ହିନସ୍ତା ହେଉଛନ୍ତି ବସ୍ତି ବାସିନ୍ଦା। ସରକାର ଦିନ ଗଡେଇ ଚାଲିଛନ୍ତି, ଯୋଗ୍ୟଙ୍କୁ ଦେଉନାହାନ୍ତି ଜମି ପଟ୍ଟା। ହିତାଧିକାରୀଙ୍କୁ ଖଣ୍ଡେ ଖଣ୍ଡେ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚୁପ ବସିଛି ପ୍ରଶାସନ।
ମୁଦ୍ରା ପ୍ରଚଳନର ବହୁ ପୂର୍ବରୁ ଲୋକେ ଜିନିଷ ବଦଳରେ ଆଣୁଥିଲେ ଜିନିଷ । ନିଜ ଉତ୍ପାଦ ବଦଳରେ ସେମାନେ ଅନ୍ୟ ଉତ୍ପାଦକଙ୍କ ପାଖରେ ଥିବା ସମାନ ପରିମାଣର ଆବଶ୍ୟକୀୟ ଜିନିଷ ନେଇଆସୁଥିଲେ।
ଅଧପନ୍ତରିଆ ରହିଛି PMGSY ରାସ୍ତା। ୨ ବର୍ଷ ହେଲା ସରୁନି ନିର୍ମାଣ କାମ। ଅଧା କାମ କରି ଧରାଛୁଆଁ ଦେଉନି ଠିକାଦାର। ରାସ୍ତାରେ ପିଚୁର ନାଁ ଗନ୍ଧ ନାହିଁ। ସ୍ଥାନେ ସ୍ଥାନେ ମେଟାଲ୍ ଉଠିଗଲାଣି।
ଜଙ୍ଗଲ ଭିତରର ଯେଉଁ ଶାଳ ଗଛରେ ଭଲ ଫୁଲ ଆସିଥାଏ ତାକୁ ପୂଜା କରିବା ସହ ସେଇ ଗଛରୁ ୫ଟି ଡ଼ାଳ ଆଣି ଗାଁରେ ଘଟ ସ୍ୱରୂପ ପୂଜା କରନ୍ତି। ଆଉ ମାଦଳର ତାଳେ ତାଳେ କାମ୍ଫିଉଠେ ପୂରା ମାହୋଲ।
ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ କୁ ପଠାଇଛନ୍ତି । ଏପ୍ରିଲ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ।
ଆଜିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । ନୂଆ ରେଜିମରେ ମିଳିବ ଅନେକ ନୂଆ ସୁବିଧା । ନୂଆ ରେଜିମରେ ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ତା ସହିତ ୫୦ ହଜାରର ଷ୍ଟାଣ୍ଡାର୍ଡ ଡିଡକସନକୁ ମିଶାଇଲେ ସାଢ଼େ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ିବନି ।
ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।
ଭୁବନେଶ୍ବରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି ।
ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।
ବୟସ ହେଲାଣି ୯୮ । ତଥାପି ଥକିନି ପାଦ । ସୁନାବେଡ଼ାର ମୋହନ ବେହେରାଙ୍କ ପରିଚୟ ତାଙ୍କ ବୟସ ନୁହେଁ, ଲୋକେ ତାଙ୍କୁ ଜାଣନ୍ତି ଯୁବସୁଲଭ କର୍ମତତ୍ପରତା ପାଇଁ ।
ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ।
ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।
ବୌଦ୍ଧ ଜଳସେଚନ ଡିଭିଜନ ଅଧୀନରେ ଚାଲିଛି ବିଚିତ୍ର କାର୍ଯ୍ୟ । ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ଚାଲିଛି ସୁରକ୍ଷା ପ୍ରାଚୀର ନିର୍ମାଣ ।
ଭଙ୍ଗା ଦଦରା ଘର କାନ୍ଥରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର । ଲେଖା ହୋଇଛି ମୁଁ ଚାହେଁ ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ଵପ୍ନ ଦେଖନ୍ତୁ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଭଲ ପାଠ ପଢି, ନିଜ ସ୍ୱପ୍ନ ସାକାର କରନ୍ତୁ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ....ପିଲାମାନେ ଅତି ଦୟନୀୟ ଭାବେ ଗଛ ତଳେ ବସି ପାଠ ପଢ଼ୁଛନ୍ତି...ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ସବୁ କିଛି ଚାଲିଛି ଖୋଲା ଆକାଶ ତଳେ ।
ଦର୍ଶକବନ୍ଧୁ ଦେଖନ୍ତୁ ଏଇ କୁନି ଝିଅକୁ... ବଡ଼ ବଡ଼ ବାବୁଙ୍କ ଆଗରେ ନିଜ ଗାଁ ସମସ୍ୟାକୁ କେମିତି ନେହୁରା ହୋଇ ଜଣାଉଛି...ଆଉ ଅଭିନବ ଢଙ୍ଗରେ ସାହସର ସହ ଅଭିଯୋଗ ବି କରୁଛି। ଏଇ ଭିଡିଓ କିଛି ଦିନ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ... ପ୍ରଶାସନିକ ଅଧିକାରୀ ଏବଂ ନେତା ଏଇ ଗାଁକୁ ଆସିଥିଲେ, ପ୍ରତିଶ୍ରୁତି ବି ଦେଇଥିଲେ... କିନ୍ତୁ ଏଯାଏଁ ଗାଁକୁ ଭଲ ରାସ୍ତା କି ପିଇବା ପାଣି ବ୍ୟବସ୍ଥା ହୋଇ ପାରିଲାନି...
ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି ଭାଇରାଲ୍... ଜିତୁଛି ଲୋକଙ୍କ ହୃଦୟ ।