ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।
୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।
ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।
ଝାଟିମାଟିରେ ତିଆରି ଏ ଘରକୁ ଦେଖନ୍ତୁ... ଭଙ୍ଗା ଦଦରା କାନ୍ଥରେ କେମିତି ଛିଡ଼ା ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ୍ ଜରିରେ ଘରର ଚାଳ ଢଙ୍କା ହୋଇଛି... ଜରି ଉଡ଼ିଯିବ ବୋଲି କାଠ ବି ଲଦା ହୋଇଛି... ଭଙ୍ଗାଘରର ଆଗରେ ବସିଥିବା ଏହି ବେସାହାରା ବୁଢୀ ମାଆ ଜଣକ ରହୁଛନ୍ତି ଏଇ ଘରେ । ନାଁ ତାଙ୍କର ଚମ୍ପା ବେରକା... ସ୍ୱାମୀ ଓ ତିନି ପୁଅ ଆରପାରିକୁ ଚାଲିଯିବା ପରେ ସେ ଏବେ ଏକାକୀ ହୋଇ ପଡିଛନ୍ତି ।
ବାଜୁଛି ବାଦ୍ୟ.... ସଂଳାପରେ ଫାଟି ପଡ଼ୁଛି ଆଖଡ଼ା । ମଞ୍ଚରେ ଅଭିନୟ ପୂର୍ବରୁ ଆଖଡ଼ା ସ୍ଥଳରେ ନିଜର ଅଭ୍ୟାସ ଜାରିରଖିଛନ୍ତି କଳାକାର l ମ୍ୟୁଜିକସିଆନଠୁ ଆରମ୍ଭ କରି କଳାକାର ଓ ନିର୍ଦ୍ଦେଶକ ସମସ୍ତେ ଲାଗିଛନ୍ତି ରିହରସାଲରେ l ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଚାଲିଛି କଳାକାରଙ୍କ ପ୍ରସ୍ତୁତି ।
ଦିନେ ମାଓବାଦୀଙ୍କ କବଜାରେ ଥିଲା ଏସବୁ ଅଞ୍ଚଳ । ମାଓ ମୁକ୍ତ ହେବାକୁ ଏହାରି ଭିତରେ ୧୦ବର୍ଷ ହେଲାଣି । ହେଲେ ଏବେ ଯଥା ପୂର୍ବଂ ତଥା ପରଂ । ଥାନା, ମେଡିକାଲ, ବ୍ୟାଙ୍କ, କଲେଜ, ସ୍କୁଲ, ବଜାର ହାଟ ସବୁକାମରେ ଏହି ଖାଲଖମା ରାସ୍ତା ଦେଇ କିସିଣ୍ଡା ଯିବାକୁ ପଡ଼ୁଛି । ଯାହାକୁ ନେଇ ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ, ଏଭଳି ସ୍ଲୋଗାନ ଦେଇ ନିଜ ଗାଁ ରାସ୍ତାରେ ପ୍ରତିବାଦ କରିବା ସହିତ ୧୨ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇଛନ୍ତି
ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା ।
ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ ।
ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି ।
କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।
ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ। ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ଯଦି ଆପଣଙ୍କ ଆକାଉଣ୍ଟରେ ବି କିଛି ସେଭଳି ପୋଷ୍ଟ ଅଛି, ତୁରନ୍ତ ଡିଲିଟ୍ କରନ୍ତୁ ।
ମେଡିକାଲ ନିର୍ମାଣ କାମରେ ମହାଘୋଟାଲା । ଛାତ ପଡ଼ୁ ପଡ଼ୁ ଗଳୁଛି ପାଣି । ହାତ ମାରିଦେଲେ ବାହାରି ଯାଉଛି ଲୁହାରଡ଼୍....
ଆପଣଙ୍କୁ ବଡ଼ ବିଚିତ୍ର ଲାଗିଥିବ ଏ କଥା। ଏ ଯୁଗରେ ମଲାଗଲା ଭଳି ପଡିଥିବା ବାପା-ମା’ଙ୍କୁ ଲୋକେ ପାଣି ଟୋପାଏ ନ ଦେଇ ହନ୍ତସନ୍ତ କରୁଛନ୍ତି। ଦିନକୁ ଦିନ ବୃଦ୍ଧାଶ୍ରମରେ ବଢୁଛି ଅନ୍ତେବାସୀଙ୍କ ସଂଖ୍ୟା। ଆଉ ଏଭଳି ପରିସ୍ଥିତିରେ କେହି ଜଣେ ନିଜ ମା’ ପାଇଁ ଚପଲ ଗଢିବାକୁ ନିଜ ଜଙ୍ଘରୁ ଚମଡା ଉତାରି ଦେଉଛି ! ଏହା ସତରେ ବଡ ବିସ୍ମୟ ଆଉ ବିଚିତ୍ରକର ଖବର।
ଆସିଲାଣି ନିର୍ବାଚନୀ ଋତୁ...ବାଜିଲାଣି ରାଜନୀତିର ବିଗୁଲ୍... ଗାଁରୁ ସହର ସବୁଠି ଦଳ ଓ ନେତାଙ୍କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ସରଗରମ ହେଲାଣି ସୀମାନ୍ତ ଜିଲ୍ଳାର ରାଜନୀତି... କାହିଁକି ନା ରାଜ୍ୟ ରାଜଧାନୀ ପାଇଁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ... କିନ୍ତୁ ଏଥର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡାରେ ମେଳି କଲେଣି ପୁରୁଣା ନେତା ।
ଏମିତି ରାସ୍ତା...ଦୁଇ ଚକିଆ କିମ୍ବା ଚାରି ଚକିଆରେ ଯାନରେ ବାହାରିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର । ରାସ୍ତା ନୁହେଁତ ମରଣଯନ୍ତା । ଆମ୍ବୁଲାନ୍ସ ଆସିପାରୁନି ରୋଗୀକୁ ମେଡିକାଲ ନେବାକୁ ଏଠି ଖଟିଆ ଭରଷା । ସରକାର କହୁଛନ୍ତି ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ହେଉଛି, ଦେଖନ୍ତୁ ବିକାଶର ଏକ ନମୁନା ।
ଏ ଗାଁର ଅବସ୍ତା ଏମିତି ଯେ... ଯେଉଁଠି ବେଳ ବୁଡ଼ିଲେ ଅନ୍ଧାରର ଚାଲେ ରାଜୁତି... ରାତିରେ ଦି’ ଅକ୍ଷର ପାଠ ପଢିବା ପାଇଁ ଦିକିଦିକି ଜଳୁଥିବା ଡବିରି ହିଁ ଏକମାତ୍ର ସାହା ଭରସା... ଶିକ୍ଷାର ବିକଳ ଅବସ୍ଥା ଲାଗି ଗାଆଁରେ ନାହିଁ ଅଙ୍ଗନୱାଡ଼ି,ବିଦ୍ୟାଳୟ। ଶୁଦ୍ଧ ପିଇବା ପାଣି ଏମାନଙ୍କ ପାଇଁ ସାତ ସପନ... ପାଣି ମୁନ୍ଦେ ପାଇଁ ଏକ କିଲୋମିଟର ଅଣଓସାରିଆ ହିଡ଼ ରାସ୍ତା ହିଁ ମାଧ୍ୟମ... ହିଡ଼ ଡେଇଁଲେ ଦୂଷିତ ଚୁଆ ଏବଂ ସେଇ ଚୁଆର ଗୋଳିଆ ପାଣି ସାରା ଗାଁର ତୃଷା ମେଣ୍ଟାଏ...
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ। ଆଜି ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ।
ମେଣ୍ଟ ଦ୍ୱନ୍ଦ୍ୱ ହଟିବା କ୍ଷଣି ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଦୁଇ ଦଳ ବିଜେପି-ବିଜେଡିରେ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍। ଏକାକୀ ଲଢ଼ିବା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଆଜି ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଓ ସଂଗଠନ ସଂପାଦକ । କାହିଁକି ନା ଦିଲ୍ଲୀରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ମେଣ୍ଟ ଚର୍ଚ୍ଚାର ବାଦଲ ହଟିଯାଇଥିବାରୁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ପଠାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆଧାରରେ ଆଜି ବାଜିପାରେ ଓଡ଼ିଶାର କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ମୋହର ।
ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ। ଏବେବି ବହୁ ଆକ୍ରାନ୍ତ ହୀରାକୁଦ ଓ ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ବା PHD ଯୋଗାଉଥିବା ପାଣି ଦୂଷିତ ହେବା ଦ୍ବାରା ଝାଡ଼ାବାନ୍ତି ବ୍ୟାପୁଥିବା ଏଡିଏମଓ ଅଭିଯୋଗ ଆଣିଥିବା ବେଳେ PHD କର୍ତ୍ତୃପକ୍ଷ କିନ୍ତୁ ଏହା ମାନିବାକୁ ନାରାଜ ।
ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍ । ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି। ଯଦୁପୁର ଭଡ଼ାଘରୁ ୨ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଧରିଲା ପୋଲିସ। ୨୬ ଲକ୍ଷର ବ୍ରାଉନସୁଗାର ଜବତ। କିଙ୍ଗପିନକୁ ଧରିବା ପାଇଁ ମିଶନ୍ ଜାରି ।
କଟକରେ କାନି ଖାଉଛି ବିଜେଡି ଗୁଡ଼ି। ଜଣକ ପରେ ଜଣେ କଟକିଆ ନେତା ଛାଡୁଛନ୍ତି ଶଙ୍ଖ ଶିବିର। କିଏ ହେବେ ଦଳ ଚେହେରା ଟେନସନରେ ବିଜେଡି। କଟକରେ ଦୁର୍ଗ ଭୁଶୁଡୁଥିବା କହି ବିଜେପି ଓ କଂଗ୍ରେସର ଟାର୍ଗେଟ୍। ପ୍ରଦର୍ଶନରେ ପଡ଼ିବନି ପ୍ରଭାବ କହିଲା ବିଜେଡି
ମୁଣ୍ତଝାଳ ତୁଣ୍ତରେ ମାରି ଫସଲ ଫଳାଇଥିଲୁ। ଫସଲ ବି ଏଥର ଭଲ ହୋଇଥିଲା। କାଳବେଶାଖୀ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ସବୁ ପରିବା ଚାଷ ଉଜାଡି ଯାଇଥିବା କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ପରିବାଚାଷୀ...
କାଗଜ କଲମରେ ପାମୋଲିନ ଚାଷ । ୨୬ ଲକ୍ଷରୁ ଅଧିକ ଟଙ୍କା ହେରଫେର୍ । ଆରଟିଆଇ ତଥ୍ୟ ଖୋଲିଲା ହର୍ଟିକଲଚର ବିଭାଗର ପୋଲ୍ ।
ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଏବେ ନିଜ ଘରେ ରହି ଲକ୍ଷପତି । ୟୁଟୁବ୍ ଦେଖି ବଦଳିଯାଇଛି ଭାଗ୍ୟ । ରୋଜଗାର ଆଶାରେ ଦିନେ ଘରୁ ଗୋଡ଼ କାଢ଼ିଥିଲେ ଏବେ ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର । ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ରୋଜଗାର ।
ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି । ଓଡ଼ିଆ ମହିଳାଙ୍କ ପାଇଁ ସାଜିଲେ ରୋଲ୍ ମଡେଲ । ସ୍ୱଂୟ ସହାୟିକା ଗୋଷ୍ଠୀ ଗଢ଼ି ବନିଲେ ଲକ୍ଷପତି ଦିଦି ।