ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ,ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । ହେଲେ ଇଲେକ୍ଟ୍ରୋନିକ୍ସ ଦୋକାନରେ ମନମୁତାବକ ଏସି ମିଳିବା ମୁସ୍କିଲ ହୋଇଯାଉଛି। ତେବେ ଏସିର ବହୁଳ ପ୍ରଚଳନ ଖରାଦିନେ ବିଜୁଳି ସଂକଟକୁ ଆହୁରି ସଂଗୀନ କରିବା ଆଶଙ୍କା ଥିବା ଚେତାଇ ଦେଇଛନ୍ତି ଶକ୍ତି ବିଶେଷଜ୍ଞ ।
ଶୂନଶାନ ଥିଲା ରାସ୍ତା । ନଥିଲା କୌଣସି କୋଳାହଳ । ହେଲେ ହଠାତ୍ଶୁଭିଲା ପୋଲିସ ସାଇରନ୍। କେହି କିଛି ବୁଝିବା ଆଗରୁ ଆଖପାଖରେ ଥିବା ଲୋକମାନଙ୍କୁ ଚକିତ କରାଇଦେଲା ସେହି ଶବ୍ଦ । ହଁ ଦର୍ଶକ ବନ୍ଧୁ ଶୁଣି ନିଅନ୍ତୁ ଏହି ଶବ୍ଦକୁ ଥରେ...
ବୁଲାବୁଲିକୁ ଟେଷ୍ଟିଟେଷ୍ଟି ଖାଦ୍ୟର ମଜା । ଟ୍ରକ୍ ଭିତରେ ବାସୁଛି... ଭେଜ୍ ସାଙ୍ଗକୁ ନନ୍ଭେଜ୍ର ସୁନ୍ଦର ସୁନ୍ଦର ବାସ୍ନା । ପିକ୍ନିକ୍ ନୁହେଁ, କି କୌଣସି ସୌନ୍ଦର୍ଯ୍ୟସ୍ଥଳୀ ବି ନୁହେଁ । ନିଜେ ଜଣେ ଟ୍ରକ୍ ଡ୍ରାଇଭର ନିଜର ଟ୍ରକ୍ ଭିତରେ ଟେଷ୍ଟି ଟେଷ୍ଟି ଖାଇବା ପ୍ରସ୍ତୁତ କରୁଛନ୍ତି ।
ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ପ୍ରୋଟିନ । ଆଉ ଏଥିପାଇଁ ଅନେକ ଲୋକ ପ୍ରୋଟିନ୍ପାଉଡର ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣନ୍ତିକି ଆପଣ ପିଉଥିବା ପ୍ରୋଟିନ୍ପାଉଡର କେତେ ସୁରକ୍ଷିତ ? ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ?
ଆରପାରିକୁ ଚାଲିଗଲେ ବାପା-ମା’ । ଅନାଥ ହୋଇଗଲେ ୫ ଭାଇ-ଭଉଣୀ । ଆଉ ଖବର ପ୍ରସାରଣ ପରେ ଦୁଃଖୀ ଅନାଥିନୀ ଭାଇ-ଭଉଣୀଙ୍କ ନିକଟରେ ସହୃଦୟ ବ୍ୟୃକ୍ତି ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି । ହେଲେ ଏଯାଏଁ ପହଞ୍ଚିପାରିନି ପ୍ରଶାସନ ।
ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା। ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା। ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା।
ବିଜେଡ଼ିକୁ ବାଏ ବାଏ କହି ଦଳକୁ ଏକପ୍ରକାର ସେଲିବ୍ରିଟି ଶୂନ୍ୟ କରିଦେଲେ ଜଣଙ୍କ ପରେ ଜଣେ ଅଭିନେତା। ସେ ସିଦ୍ଧାନ୍ତ ହୁଅନ୍ତୁ ଅବା ଆକାଶ, ଅନୁଭବ ହୁଅନ୍ତୁ ଅବା ଅରିନ୍ଦମ। ଫଳରେ ବିଜେଡିକୁ ଘାରିଛି କ୍ରାଉଡ୍ ପୁଲର୍ ଚିନ୍ତା।
ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି। ଆମେ କହୁଛୁ ସମ୍ବଲପୁର କଥା। କାଲି ଏ ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି।
ବିଜେଡିକୁ ମ୍ୟାଜିକ୍ ଫଳ ଦେବ କି ନମ୍ବର ନାଇନ୍ ? କାରଣ ଦଳ ଏବେ ସଂଖ୍ୟା ୯କୁ ବେଶି ଗୁରୁତ୍ବ ଦେଉଛି ଜ୍ୟୋତିଷଶାସ୍ତ୍ରୀଙ୍କ ପରାମର୍ଶ କ୍ରମେ ନା ଏହା ସଂଯୋଗ ମାତ୍ର, ତାକୁ ନେଇ ଚର୍ଚ୍ଚା।
ଭଦ୍ରକ ଲୋକସଭା କ୍ଷେତ୍ର ଅଧିନସ୍ଥ ଚର୍ଚ୍ଚିତ ବିଧାନସଭା ସିଟ୍ ଧାମନଗର। ୨ ଲକ୍ଷ ୪୩ ହଜାର ୭୩୪ ଜଣ ଭୋଟର । ପୂର୍ବରୁ କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀକୁ ଦଶନ୍ଧି ଧରି କବଜାରେ ରଖିଥିଲା ବିଜେଡି। ହେଲେ ୧୯ ନିର୍ବାଚନ ଏବଂ ପରେ ୨୨ ଉପନିର୍ବାଚନରେ ଦେଖିବାକୁ ମିଳିଛି ବିଜେପିର ଦବଦବା।
ଶିଳ୍ପ ସମୃଦ୍ଧ ସହର ତାଳଚେର l ହେଲେ ଏଠାରେ ଅସରାଏ ବର୍ଷା ହେଲେ ଲୋକଙ୍କୁ ଘାରେ ଚିନ୍ତା । ସୁରକ୍ଷାକୁ ନେଇ ଉଠେ ଅନେକ ପ୍ରଶ୍ନ । ମୁକୁଳା ଡ୍ରେନ୍ରେ ପଡ଼ି ଗୃହପାଳିତ ପଶୁଙ୍କ ଯାଏ ଜୀବନ । ଲୋକମାନେ ମଧ୍ୟ ଡ୍ରେନ୍ରେ ପଡ଼ି ଖଣ୍ଡିଆଖାବରା ହୁଅନ୍ତି ।
ବିମାନରେ ଜଣେ ଯାତ୍ରୀ କେତେ ପିଇବେ ମଦ ? ଯାତ୍ରୀଙ୍କୁ ବିମାନରେ ଯିବା ସମୟରେ କେତେ ପରିମାଣର ମଦ ଦିଆଯିବା ଉଚିତ୍? ଏନେଇ DGCA ସୁପ୍ରିମ୍କୋର୍ଟକୁ ସୂଚନା ଦେଇଛି ।
ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ । ଶୀତଦିନ ହେଲେ ଏଠାରେ ଲାଗେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି । ହେଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସେପରି କୌଣସି ଉତ୍ତମ ବ୍ୟବସ୍ଥା ନଥିବାରୁ ଧୀରେ ଧୀରେ ଏହି ସ୍ଥାନ ଅଳିଆ ଗଦାର ରୂପ ନେଲାଣି ।
ରାମଲାଲାଙ୍କ ପାଇଁ ଏକ ଭବ୍ୟ ଉପହାର ପ୍ରଦାନ କରିଛନ୍ତି ଆଉ ଜଣେ ରାମ ଭକ୍ତ । ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମହାକାବ୍ୟ ରାମଚରିତମାନସ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ ।
ମୁଣ୍ଡରେ ନଥିଲା କେରେ କେଶ... ହେଲେ ଚାଲାକ୍ ଥିଲା ଚୋର । ଚନ୍ଧା ମୁଣ୍ଡରେ ନକଲି ଚୁଟି ଲଗାଇ ଲୁଟ୍ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଗାଏବ୍ କରୁଥିଲା ସୁନା ଗହଣା ।
ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।
ସତେଯେମିତି ପଦ୍ମକେଶରୀପୁରରେ ଛ’ମାଣ ଆଠଗୁଣ୍ଠ କାହାଣୀର ହୋଇଛି ପୁନରାବୃତ୍ତି।
ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।
ଯେଉଁ ହଳାହଳ ବିଷ ପାନ କରି ମହାଦେବ ନୀଳକଣ୍ଠ ହୋଇଥିଲେ ସେହି କିମ୍ବଦନ୍ତୀକୁ ଆଧାର କରି ପାଳିତ ହୋଇ ଆସୁଛି ଚନ୍ଦନେଶ୍ୱରର ପ୍ରସିଦ୍ଧ ଚଡ଼କ ମେଳା।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ଦଳ ବଦଳ ଅଭିଯୋଗରେ ସଭ୍ୟ ପଦ ହରାଇବାକୁ ପଡିଛି ।
ଆୟୁଷ ଡାକ୍ତରଙ୍କ ଭରସାରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଡାକ୍ତର ଅଭାବରୁ ରୋଗୀ ସେବା ବିପର୍ଯ୍ୟସ୍ତ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ସମେତ କେନ୍ଦ୍ରାପଡ଼ାର ଜିଲ୍ଲାର ଆଳି ଓ ରାଜକନିକା ଅଞ୍ଚଳର ୨୦ରୁ ଅଧିକ ପଞ୍ଚାୟତର ଲୋକେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ବିଭିନ୍ନ ବିଭାଗର ମୋଟ ୨୦ ଜଣ ଡାକ୍ତର ଆବଶ୍ୟକ ରହିଥିବାବେଳେ ଆୟୁଷ ଡାକ୍ତରଙ୍କୁ ମିଶାଇ ମାତ୍ର ୬ ଜଣ ଡ଼ାକ୍ତର ନିୟୋଜିତ ଅଛନ୍ତି ।
ଗ୍ରୀଷ୍ମର ଡହ ଡହ ଖରାରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବାବେଳେ ଭଦ୍ରକ ଚାନ୍ଦବାଲିରେ ସ୍ଥିତି କିନ୍ତୁ ଆହୁରି ସାଙ୍ଗାତିକ । ଜିଲ୍ଲା ଚାନ୍ଦବାଲି ବ୍ଲକ ତହସିଲ ଅଧିନରେ ଗଢ଼ି ଉଠିଥିବା ବେଆଇନ ଇଟା ଭାଟି ଗରମ ଗୁଳୁଗୁଳିକୁ ଯେମିତି ଦ୍ୱିଗୁଣିତ କରୁଛି । ଇଟା ଭାଟିରେ ବ୍ୟବହୃତ କାଠ କୋଇଲାରୁ ନିର୍ଗତ ଧୂଆଁ କେବଳ ପରିବେଶ ପ୍ରଦୂଷଣ କରୁନାହିଁ ବରଂ ଅତ୍ୟନ୍ତ ଖରା,ଗରମରେ ସ୍ଥାନୀୟ ଲୋକଙ୍କୁ ଏମିତି ଵେହାଲ କରୁଛି ଯେ ଏବେ ସାଧାରଣ ଲୋକେ ସ୍ଵର ଉଠାଇବାକୁ ବାଧ୍ୟ ହୋଇଛନ୍ତି ।
ପ୍ରଚଣ୍ଡ ଗ୍ରୀଷ୍ମରେ ପାଣି ପାଇଁ ଡହଳବିକଳ ଢ଼େଙ୍କାନାଳ ସହରବାସୀ । ଆମ ପୋଖରୀ ଯୋଜନାରେ ପଙ୍କ ପୁନରୁଦ୍ଧାର ନାଁରେ ଖରାଦିନ ପୂର୍ବରୁ ପୋଖରୀରୁ ପାଣି ନିଷ୍କାସନ କରିବା ପରେ ମନ୍ଥର ଗତିରେ କାମ ପାଇଁ ସହବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।
ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ। ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା। ଆଉ ସେ ଏବେ ଜେଲରେ ପେଷୁଛନ୍ତି ଚକି!
ଜହ୍ନ ରାଇଜରୁ ମାଟି ପଥର ଆଣିବ ଭାରତ। ଏହି ପରିକଳ୍ପନାକୁ ସତ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପ୍ରୟାସ ଆରମ୍ଭ କରିଛି।