ECI directs transfer of DMs, SPs
ପୁଣି ECIଙ୍କ ବଦଳି ଛାଟ । ଏଥର ଆସିଛି ୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜିଙ୍କୁ ଟ୍ରାନସଫର୍ ଅର୍ଡର । ଯେଉଁଥିରେ କଟକ କଲେକ୍ଟର ବୀନିତ ଭରଦ୍ୱାଜ ଓ ଜଗତସିଂହପୁର କଲେକ୍ଟର ପାରୁଲ ପଟୱାରୀଙ୍କୁ ଆସିଛି ବଦଳି ଆଦେଶ । ସେମିତି ୫ SP, ଯେମିତିକି- ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋର, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଓ କଟକ ଡିସିପି କନୱର ବିଶାଲ ସିଂହଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ବି ଆସିଛି ବଦଳି ନିର୍ଦ୍ଦେଶ । ଭାରତୀୟ ନିର୍ବାଚନ କମିଶନ୍, ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି-ଏସବୁ ଅଫିସରମାନଙ୍କୁ ନିର୍ବାଚନ ସଂପର୍କିତ କାମ ନଥିବା ପଦବୀକୁ ହିଁ ବଦଳି କର । ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)