ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି ପୂରାପୂରି ନା ।
କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।
ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।
ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।
ପ୍ରଥମେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ବେଗୁନିଆ-ବୋଲଗଡ଼କୁ ବିଚାରକୁ ନେଲେ, ଏଠି ବିଜେଡିରେ ବହୁ ଆଶାୟୀ।
ମହାପ୍ରଭୁଙ୍କଠୁ ଓଡ଼ିଶାର ଘରେ ଘରେ ଛେନାପୋଡ଼ର ରହିଛି ସ୍ବତନ୍ତ୍ର ଆଦର। ନୟାଗଡ଼ରୁ ଉତ୍ପତ୍ତି ହୋଇଥିବା ଏହି ମିଠା ଏବେ ବିଶ୍ବର କୋଣଅନୁକୋଣରେ ପହଞ୍ଚି ପାରିଛି। ଆସନ୍ତାକାଲି ଛେନାପୋଡ ଦିବସ ପାଳନ ପୂର୍ବରୁ ଦେଖିବା ଏହି ରିପୋର୍ଟ ।
ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଛି କିନ୍ତୁ ଟଙ୍କା ଉଠାଇବାକୁ ଘର ପାଖରେ ଏଟିଏମ୍ ନାହିଁ କି? କିଛି ଚିନ୍ତା ନାହିଁ! ଏବେ ପୋଷ୍ଟ ଅଫିସ ବି ଆପଣଙ୍କୁ ନଗଦ ଟଙ୍କା ଦେବେ ଆଉ ଏଥିପାଇଁ ଆପଣଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ।
ତାଳଚେରରରେ ଏବେ କାଳ ସାଜିଥିବା ଏହି ମୁକୁଳା ଡ୍ରେନ ପ୍ରତି ପୌର ପରିଷଦର କୌଣସି ଦୁରଦୃଷ୍ଟି ପଡୁନଥିବା ହେତୁ ସ୍ଥାନୀୟ ଲୋକେ ଅସନ୍ତୋଷବ୍ୟକ୍ତ କରିବା ସହ ନୂତନ ଡ୍ରେନ କାର୍ଯ୍ୟରେ ଠିକାଦାରମାନେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ l
ରାଜ୍ୟ ସରକାର ସୁଜଳ ଓ ବସୁଧା ଭଳ ଯୋଜନା ଚଳାଇଥିବା ବେଳେ କେନ୍ଦ୍ର ସରକାର ଚଳାଇଛନ୍ତି ହର ଘର ନଲ୍ ଯୋଜନା । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ପ୍ରତିଶୃତି ବି ଦେଇଛନ୍ତି। ହେଲେ କ଼ଟକ ଜିଲ୍ଲା ଉତାରଣ ପଂଚାୟତର ଅଲିଙ୍ଗି ଗ୍ରାମରେ ସରକାରଙ୍କ ପ୍ରତିଶୃତି ଏଠାରେ ଧୂଆଁ ବାଣ ସଦୃଶ୍ୟ ହୋଇଛି ।
ଦିନକୁ ଦିନ ରାଜ୍ୟ ଓ ରାଜ୍ୟ ବାହାରେ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼ l
ରାଜ୍ୟ ରାଜଧାନୀର ଆପାର୍ଟମେଣ୍ଟ ଗୁଡ଼ିକରେ ବୋଧହୁଏ ଆଉ ରହିହେବ ନାହିଁ । ଗତ କିଛିଦିନ ହେଲା, ହୁଗୁଳା ସୁରକ୍ଷାର ଫାଇଦା ନେଇ ଯେଭଳି ଢଙ୍ଗରେ ଲୁଟପାଟ୍ ହେଉଛି, ନିଦ ହଜିଗଲାଣି ଆପାର୍ଟମେଣ୍ଟବାସୀଙ୍କର।
୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।
ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।
କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।
ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।
ରାଜ୍ୟରେ ତାତି ଯେତିକି ବଢ଼ୁଛି ତା ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ । ନଳକୂପ ରହିଛି କିନ୍ତୁ ତାହା ଅଚଳ । ଗାଁ ମଝିରେ ଥିବା ଏହି କୂଅଟି ବି ଶୁଖି ଯାଇଛି । ଏହି କୂଅରେ ସାମାନ୍ୟ ଝର ପଡୁଥିବାରୁ କଷ୍ଟେମଷ୍ଟେ ବଞ୍ଚିଯାଉଛି ଜୀବନ । ଯେଉଁଥି ପାଇଁ ଏହି ଲମ୍ବା ଲାଇନ୍ । ଆଉ ଏହି ଅପରିଷ୍କାର କୂଅ ପାଣି ପିଇ ଅନେକ ସମୟରେ ବିଭିନ୍ନ ରୋଗରେ ପଡ଼ନ୍ତି ଗ୍ରାମବାସୀ ।
ଚାଷ କାମ ଯାହାର କି ଆନ୍ଦ ତାହାର...ଏହି ଉକ୍ତିଟି ଏବେ ଭୁଲ୍ ପ୍ରମାଣିତ ହେବାକୁ ବସିଲାଣି ... କାରଣ ବଜାର ବ୍ୟବସ୍ଥା ନଥିବା ହେତୁ ଚାଷରୁ ଆଉ ସେଭଳି ଲାଭ ମିଳୁ ନଥିବା କହୁଛନ୍ତି ଚାଷୀ ।
ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସକ୍ଷମ। ଦିବ୍ୟାଙ୍ଗ ହେଲେ ମଧ୍ୟ ପାଠ ପଢାର ଇଛା ଶକ୍ତି ଆଜି ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ । ଦୁଇ ଗୋଡ ନ ଥାଉ ପଛେ ଦୌଡ଼ିବାର ଅଛି ଇଛା । ମୁଁ ପାଠ ପଢିବି ସଫଳ ହେବି। ସମସ୍ତଙ୍କ ପାଇଁ ପ୍ରେରଣା ସାଜିବି। ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭର କରିବି ନାହିଁ । ନିଜେ ପାଠ ପଢା ଜାରି ରଖିବା ସହ ଛୋଟ ଛୋଟ ପିଲାଙ୍କୁ ପଢାଇ ନିଜର ପାଠ ପଢା ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବି ବହନ କରୁଛନ୍ତି ।
ଘଣ୍ଟ ବାଡ଼େଇ ପ୍ରତିବାଦ... ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦାବି କରି ଘଣ୍ଟ ପିଟି ପିଟି ପ୍ରଶାସନକୁ ଚେତେଇ ଦେଇଛି ମାନବ ଅଧିକାର ସୁରକ୍ଷା ମଞ୍ଚ । ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି।
ଆଉ ପ୍ରାର୍ଥୀ ନୁହଁ ଦଳ ଦେଖି ଭୋଟ ଦିଅ। ପୁଣି ଡବଲ ଶଙ୍ଖ କହି ଲୋକସଭାକୁ ଫୋକସ୍। କାହିଁକି ଏମିତି କହିଲେ ପାଣ୍ଡିଆନ ? ଏହା ପଛରେ କଣ ଷ୍ଟ୍ରାଟେଜି ? ୨୧ ଲୋକସଭାରେ ନବୀନ ଛିଡା ହୋଇଛନ୍ତି ଭାବି ଭୋଟ୍ ଦେବାକୁ ନିବେଦନ। ଏହା ବିଜେଡିର ଭୟ ନା ବାଧ୍ୟକତା ?
ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ।
ଅସୁରକ୍ଷିତ ଜଙ୍ଗଲ, ସଙ୍କଟରେ ବାଘ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ଏବେ ପୁଣି ଗଜପତି ଜିଲ୍ଲାରୁ ଗତକାଲି ୫ଟି କଲରାପତରିଆ ବାଘ ଛାଲ ଜବତ ସହ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି।
ଉଭୟ, ଉପାନ୍ତ ଓ ସୀମାନ୍ତ ବିଧାନସଭା କ୍ଷେତ୍ର ହୋଇଥିଲେ ବି ଭୋଟ୍ ଆସିଲେ ଚର୍ଚ୍ଚାକୁ ଆସେ ନୂଆପଡ଼ା। ହେଲେ ଏଥରର ଚିତ୍ର ସେଠି ଅଧିକ ରୋଚକ। ଏଠି ତିନି ପ୍ରମୁଖ ଦଳରୁ ଲଢୁଥିବା ପ୍ରାର୍ଥୀମାନେ ଏକ୍-ସେ-ବଢ଼କର-ଏକ୍।
ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି । ମୁଣ୍ଡ ଉପରେ 40ଡିଗ୍ରୀ ଖରା । ଦେଖନ୍ତୁ ଏଠି କେମିତି ପାଣି ଟୋପେ ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ ।, ହାତରେ ହାଣ୍ଡି ଗରା ଧରି ଜଙ୍ଘଲରେ ଚାଲି ଚାଲି ପାଣି ସନ୍ଧାନରେ ଲୋକେ ।
ଗାଈ ଡାକ୍ତର ହରିଆ ମଉସା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ହେଉଛି ଭକ୍ତ ମାନଙ୍କ ଶ୍ରଦ୍ଧା ଏବଂ ବିଶ୍ୱାସର କଥା । ଏ ହେଉଛି ସତ୍ୟବାଦୀ ବ୍ଲକ ବଳପୁର ଅନ୍ତର୍ଗତ ବାବା ହରି ସହଦେବଙ୍କ କଥା ।