ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ।
ଜନ୍ମ ହେଉ ହେଉ ଦୁଃଖ...ଜନ୍ମ ପରେ ମାଆ ଚାଲିଗଲେ ଆରପାରିକୁ ...କିଛି ଦିନ ପରେ ବାପା ବି ପର କରିଦେଇ ଚାଲିଗଲେ ଅଫେରା ରାଇଜକୁ...ଏବେ ମାମୁ ଜେଜେ ଓ ମାଆଙ୍କ ଭରସାରେ ଉଭୟ ଭାଇ ଭଉଣୀ...
ଏ ମୁଣ୍ଡରୁ ସେ ମୁଣ୍ଡ ବନ୍ଧା ହୋଇଛି ରସି। ଆଉ ସେଇ ଗୋଟିଏ ରସିରେ ଭାରସାମ୍ୟ ରକ୍ଷା କରି ନିଆଁ ହୁଳାରେ ଝୁଣା ମାଡ ଚାଲିଛି। ଗୋଟେପଟେ ବିଶାଳକାୟ ଲିମ୍ବ ଗଛରେ ଦଉଡି ବନ୍ଧା ହୋଇଛି। ଏମିତି ଟିପଟାଣରେ ବନ୍ଧା ହୋଇଛି ଯେ, ରବର ଭଳି ଦଉଡି ଡେଉଁଛି। ଆଉ ଏ ମାନସିକ ଧାରୀ ଦଣ୍ଡୁଆ ଜଣକ ହନୁମାନଭଲି ଡିଆଁଡେଇଁ କରି ଦଣ୍ଡପ୍ରଦର୍ଶନ କରୁଛନ୍ତି।
ପାକିସ୍ତାନ ଲାହୋରର ପ୍ରଫେସର ଅମିନ ଚୋହାନ । ଦେଶ ବିଭାଜନ ପୂର୍ବରୁ ନିଜ ପରିବାର ସହ ଭାରତର ପଞ୍ଜାବରେ ରହୁଥିଲେ । ସେତେବେଳେ ସେ ଛୋଟ ପିଲା ଥିଲେ । ୧୯୪୭ ଅଗଷ୍ଟ ୧୪ ପରେ ଲୋହୋର ଚାଲିଯାଇଥିଲା ତାଙ୍କ ପରିବାର । ଆଉ ଛାଡି ଯାଇଥିଲେ ଘରର ଅନେକ ସାମାନ । ଏବେ ଦୀର୍ଘ ବର୍ଷ ପରେ ପ୍ରଫେସରଙ୍କ ଜଣେ ବନ୍ଧୁ ପଲୱିନ୍ଦର ସିଂଙ୍କ ମାଧ୍ୟମରେ ପାକିସ୍ତାନର ଲାହୋରରେ ପହଁଞ୍ଚିଛି ତାଙ୍କ ପିଲାଦିନର ଘରର କବାଟ ।
ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ରଘୁବାରି ଗାଁରେ । ଖୋଦ୍ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ବିଜେଡି ନେତା ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ?
ନା ବିଜେଡି ନା ବିଜେପି, ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳଙ୍କ ଅଙ୍କ ଛିଣ୍ଡୁନି । ତେଣେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
କଂଗ୍ରେସକୁ ଭେଟେରାନ୍ ଭରସା। ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ଦଳ ଏଥର ପୁରୁଖା, ଅଭିଜ୍ଞ ଏବଂ ବରିଷ୍ଠଙ୍କୁ ଅଧିକ ଭରସା କରିଛି । ସେଥିପାଇଁ ଦଳ ଅନନ୍ତ ସେଠୀ, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ ଏବଂ ଜୟଦେବ ଜେନାଙ୍କ ଭଳି ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ଟିକେଟ୍ ଦେଇଛି ।
ସୁରଙ୍କୁ ମହଙ୍ଗା ପଡ଼ିଲା କି ପୁତ୍ରମୋହ ? କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସର ଭେଟେରାନ୍ ତଥା ୬ ଥରର ବିଧାୟକଙ୍କୁ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରିଛି ଏଆଇସିସି ।
ଇଏ ପୁରା କାଉଣ୍ଟର ଆଟାକ୍ । ମାଡାମ୍ ସିଧା କହିଲେ ’ଟିକେ ଅରିଜିନାଲ୍ ହୁଅ’ ।
ଅଷ୍ଟ ହନୁମାନଙ୍କ ଉପାସନାର ପୀଠ ସୁବର୍ଣ୍ଣପୁର । ସହରରେ କାହିଁ କେଉଁ କାଳରୁ ପାଇ ଆସୁଛନ୍ତି ଅଷ୍ଟ ହନୁମାନ । ସେଥିପାଇଁ ହନୁମାନ ଜୟନ୍ତୀରେ ସହର ହୋଇଉଠେ ଉତ୍ସବ ମୁଖର ।
ନ୍ୟାୟ ପାଇଁ ପୁଅ ଚାକିରି କରିଥିବା ସ୍କୁଲ ଆଗରେ ଠିଆ ହେଇଛି ମାଆ...କାରଣ ଯେଉଁ ଭରସା, ବିଶ୍ୱାସରେ ନିଜ ପୁଅକୁ ଛୋଟରୁ ବଡ଼ କରିଥିଲା । ସେ ପୁଅ ଆଜି ଚଞ୍ଚକତା କରି ବାପା ମାଆଙ୍କ ସମ୍ପତ୍ତିକୁ ନିଜ ନାଁରେ କରେଇ ନେଇଛି । ନିଜର ଅନ୍ୟ ଭାଇମାନେ ଥିଲେ ବି ସ୍ୱାର୍ଥପର ହୋଇପଡ଼ିଛି ବଡ଼ପୁଅ । ଏପରିକି ବାପା ରୋଗରେ ଶଯ୍ୟାରେ ପଡ଼ିଥିଲେ ବି ବିଚାର କରିନି ଶିକ୍ଷକ ପୁଅ ।
ଡିଵିରି ଓ ଲଣ୍ଠନ ଆଲୁଅରେ ଏବେ ବି କଟୁଛି ଦିନ । ସଞ୍ଜ ହେଲେ ପିଲାଏ ସେଇଠି ପାଠ ପଢ଼ୁଛନ୍ତି । ସେଇ ଅନ୍ଧାର ଝାପସା ଆଲୁଅରେ ଚାଲିଛି ସବୁ କାମ । ଆଉ ଖରା ଦିନ କଥା ନକହିଲେ ଭଲ । ଗରମ ହେଉଥିବାରୁ ବିଞ୍ଚଣା ଧରି ପିଲାଙ୍କୁ ବିଞ୍ଚି ଦେଉଛନ୍ତି ଘର ଲୋକେ । ବିଜୁଳି ସଂଯୋଗ ବିନା ଅଣ ନିଶ୍ୱାସୀ, ଦହଗଞ୍ଜ ହୋଇପଡ଼ିଛି ଜୀବନ ।
କୋଟିଏ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଛନ୍ତି ହନୁମାନ । ଏହାସହ ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା । ଦେଶର କୋଣ ଅନୁକୋଣରୁ ଆସିଛି ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲିଖିତ ଏହି ରାମନାମ ପତ୍ରିକା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର ଦୃଶ୍ୟ । ଏଠି ନିଆରା ଢଙ୍ଗରେ ପାଳନ ହେଉଛି ହନୁମାନ ଜୟନ୍ତୀ ।
ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ। ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା। ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା। ଏ ବର୍ଷ କେଉଁ ଦଳର ହେବ ଜିତାପଟ, କେଉଁ ଦଳର ହେବ ଘାଟା ? କାହାର ହେବ ପଟ୍ଟ ପରିବର୍ତ୍ତନ ? କାହାର କଟିବ ପତ୍ତା ? ତାକୁ ନେଇ ନାନା ଚର୍ଚ୍ଚା।
ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ 5 ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।…
ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା। ଏକାଧିକ ସିଟ୍ ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ। ଆଉ ଏପଟେ କାଳେ ଭୂପିନ୍ଦରଙ୍କ ଭଳି ସେମାନଙ୍କ ଟିକଟ୍ କଟିଯିବ ସେ ଭୟରେ ଆଶାୟୀ ବରିଷ୍ଠ ନେତାଙ୍କ ରାତି ନିଦ ବି ହଜିଯାଇଛି।
ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ। କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର।
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ବାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର। ଦଳର ସଂକଳ୍ପ ପତ୍ର, ମୋଦି କି ଗ୍ୟାରେଣ୍ଟି-୨୦୨୪କୁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ସୂଚନା । ସଲମାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଛି । ଖବର ମିଳିବା ପରେ ମୁମ୍ବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍। ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ...
ଚରମ ସୀମାରେ ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍ ରେ ଟିକେଟ୍ ଘୋଷଣା କରିପାରୁନି।
ସତରେ କଣ ଖଣି ଲବିରେ କଟିଲା କୈଳାସ କୁଲେସିକାଙ୍କ ଟିକେଟ। ଗତକାଲି କୈଳାସଙ୍କ ଏମିତି ସାଂଘାତିକ ଅଭିଯୋଗ ପରଠୁ କୋରାପୁଟ ରାଜନୀତିରେ ହଟଚମଟ। କୁହାଯାଉଛି ଖାଲି ଲକ୍ଷ୍ମୀପୁର ନୁହେଁ, କୋରାପୁଟ ଲୋକସଭାର ପଟାଙ୍ଗୀ ଆଉ ରାୟଗଡ଼ାରେ ବି ସମାନ ସମୀକରଣ ଥିବା ଚର୍ଚ୍ଚା ହେଉଛି।
ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାରର ଉଦବେଗଜନକ ଘଟଣା । ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି।
ନିର୍ବାଚନ ପୂର୍ବରୁ ଗୋଳିଆ ହେଲାଣି କନ୍ଧମାଳ ରାଜନୀତି। ଏଠି ତିନି ଦଳର ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ କରୁଛି କୁଇ ସମାଜ। ବିଶେଷ କରି ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଅଣ-ଆଦିବାସୀ ଦର୍ଶାଇ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ କୁହାଯାଇଛି।