Advertisment

ରାଜ୍ୟ ସଭାରେ ଭୁଶୁଡୁଛି ବିଜେଡି ଗଡ଼

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।

author-image
Santosh Kumar Sahoo

ମମତାଙ୍କ ରାସ୍ତାରେ ସୁଜିତ । ଯାହା ଆକଳନ କରାଯାଉଥିଲା ସେୟା ହେଲା । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ । ଅପ୍ରତ୍ୟାଶିତ ଭାବେ ଆଜି ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁଜିତ । ଆଉ ବିଜେପିରେ ଯୋଗ ଦେବାପରେ ବିଜେଡି ଉପରେ ବର୍ଷିଛନ୍ତି ।

Advertisment
BJD Rajya Sabha
Advertisment
Advertisment