• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather

Weather Update
ତାତିରୁ ନାହିଁ ତ୍ରାହି, ଆଭ୍ୟନ୍ତରୀଣ-ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା । ଆଗାମୀ ୩ରୁ ୪ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ରହିବା ସମ୍ଭାବନା ।

Weather
ରାଜ୍ୟରେ କାଳବୈଶାଖୀର ତାଣ୍ତବ, କେଉଁଠି ବଜ୍ରପାତ ତ କେଉଁଠି କୁଆପଥର ଛେଚା

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି ।

Weather
ବଢ଼ୁଛି ତାତି...ଆଗାମୀ ୪ ଦିନରେ ୫ ଡିଗ୍ରୀ ବୃଦ୍ଧି ଯାଏଁ ସମ୍ଭାବନା

ତତଲା କଢେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

Weather
ସରିଲା କାଳବୈଶାଖୀ, ବଢ଼ିଲା ତାପମାତ୍ରା; ପୁଣି ଉପରମୁହାଁ ପାରଦ

କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା ।

Weather News
କାଳ ସାଜିଲା କାଳବୈଶାଖୀ

କାଳ ସାଜିଲା କାଳବୈଶାଖୀ। ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଅର୍ଥକରୀ ଫସଲ। ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା। ୨୧ରୁ ୨୪ ତାରିଖ ମଧ୍ୟରେ ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିପାରେ ପାରଦ

Weather
ବର୍ଷା ବିତ୍ପାତ; ଲଗାଣ ବର୍ଷାରେ ବାହାରି ହେଉନି ଘରୁ, ନଷ୍ଟ ହେଉଛି ଫସଲ

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

Weather
କାଳବୈଶାଖୀ ଡ଼ର; ୩୦-୩୫ କିଲୋମିଟର ପର୍ଯ୍ୟନ୍ତ ବହିପାରେ ପବନ

ବଦଳିଲା ପାଗରେ ମିଜାଜ୍ । କିଛି ଦିନର ତାତି ପରେ ରାଜ୍ୟରେ ଖସିଛି ପାରଦ ।

Weather
ଆହୁରି କଲବଲ କରିବ ତାତି

ରାଜ୍ୟରେ ଉପର ମୁହାଁ ପାରଦ । ୧୧ ସହରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ତେବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

Rainfall in several parts of Odisha
ଓଃ କି ଶାନ୍ତି...ନିଦାଘ ତାତିରୁ ମିଳିଲା ନିସ୍ତାର...ଆକାଶରୁ ଝରିଲା ଜୀବନ ବିନ୍ଦୁ...

ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା । ଫଳରେ ତଳ ମୁହାଁ ହୋଇଛି ପାରଦ । ଆଜିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Weather
ଓଃ କି ଶାନ୍ତି...ନିଦାଘ ତାତିରୁ ମିଳିଲା ନିସ୍ତାର...ଆକାଶରୁ ଝରିଲା ଜୀବନ ବିନ୍ଦୁ...

ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା ।

odisha weather
ଫେବ୍ରୁଆରୀରୁ କଲବଲ କଲାଣି ଖରା

ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ।

Dense fogg
ଶ୍ରୀକ୍ଷେତ୍ରରେ ପ୍ରବଳ କୁହୁଡ଼ି; ଧଳା ଚାଦରରେ ଘୋଡ଼େଇ ହୋଇଛି ଶ୍ରୀମନ୍ଦିର, ଲୁଚିଯାଇଛି ନୀଳଚକ୍ର

ସେହିଭଳି ଘନକୁହୁଡ଼ିରେ ଲୁଚି ରହିଛି ପାରାଦୀପ ସହର । ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିବାରୁ ଯାତାୟାତରେ ବାଧା ଉପୁଜିଛି ।

Odisha Weather
ରାଜ୍ୟରେ ପୁଣି ଖସିଲା ପାରଦ; ୧୩ ଡିଗ୍ରୀ ତଳେ ରାଜ୍ୟର ୧୨ ସହର

ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ୩୧ ତାରିଖରୁ ପୁଣି ଭିଜିବ ଓଡିଶା ।

Odisha Weather
କମିଲା ତାପମାତ୍ରା; ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଶୁଖିଲା ପାଗ

ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ ।

Cold Wave
ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୱାର୍ଣ୍ଣିଂ, ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି

ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି।

Weather Report
କମୁଛି ଶୀତ, କଲବଲ କରିବ କୁହୁଡ଼ି

ସାରା ରାଜ୍ୟରେ ଜାରି ରହିଛି ଥଣ୍ଡା । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ ।

Cold Wave
ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ, ୧୦ ଡିଗ୍ରୀ ତଳେ ୧୬ ସହର

ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି ।

Cold Wave
ଶୀତରେ ଥରୁଛି ସାରା ରାଜ୍ୟ, ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା

ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।

Low Pressure to form
ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ଲଘୁଚାପ ସୃଷ୍ଟି

ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି ।

Odisha winter
ଖସୁଛି ପାରଦ; ଆସନ୍ତା ୫ ଦିନ ଯାଏ ରାଜ୍ୟରେ କମିବ ତାପମାତ୍ରା

ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ୫ ଦିନ ପରେ ରାତି ତାପମାତ୍ରା ସାମନ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

'Hamun'
ଦୁର୍ବଳ ହେଲା ‘ହାମୁନ୍’, ଅତିକ୍ରମ କଲା ବାଂଲା ଉପକୂଳ

ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

El Niño
ଆସନ୍ତା ବର୍ଷ ସାରା ବିଶ୍ୱର ପାଣିପାଗ ବିଗାଡ଼ିପାରେ 'ସୁପର୍ ଏଲ୍ ନିନୋ'

୧୯୯୭-୯୮ ଓ ୨୦୧୫-୧୬ରେ ଏଭଳି ସ୍ଥିତି ଉପୁଜିଥିଲା ଏବଂ ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଆସିଥିଲା । ତେବେ ଚିନ୍ତାର ବିଷୟ ହେଉଛି ଯେ, ଭାରତରେ ବି ଏହା ଗୁରୁତର ସଂକଟ ସୃଷ୍ଟି କରିପାରେ।

Temperture High In October
ଦିନରେ ମେ' ମାସର ଖରା, ସଂଜ ନଇଁଲେ ଗୁଳିଗୁଳି, ଅକ୍ଟୋବର ୨ୟ ସପ୍ତାହରେ ୩୫ ଡିଗ୍ରୀ ତାପମାତ୍ରା

ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି।

Lighting
ବର୍ଷା ହେବା ସମୟରେ କେମିତି ହୁଏ ବଜ୍ରପାତ ?

ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଏହା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୋଇଥାଏ । ଫଳରେ ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।

Uttarakhand
ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ; ଜଳପ୍ରଳୟ ନେଲାଣି ୩୭ ଜୀବନ

୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।