ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ।
ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍ କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ । ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ନୂଆବର୍ଷରେ ଖସିବ ପାରଦ, ଆସିବ ଜାଡ଼ । ଥରାଇବ ତାଳୁରୁ ତଳିପା ।
ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି। ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି। ଲୁଚକାଳି ଖେଳୁଛି ଶୀତ।
ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା ।
ଖୋଲା ଆକାଶ ତଲେ ପଡିରହିଛି ଚାଷୀର ବସ୍ତା ବସ୍ତା ଧାନ । ସହର ପାଖରେ ଥିବାରୁ, ନେତା, ମନ୍ତ୍ରୀ ଓ ଅଫିସର ଏହି ମଣ୍ଡିକୁ ଘନ ଘନ ଗସ୍ତ କରୁଛନ୍ତି । କିନ୍ତୁ ଠିକଠାକ ଉଠିପାରୁନି ଚାଷୀର ଧାନ । ଏବେ ଅଦିନିଆ ବର୍ଷା ଯୋଗୁଁ, ବାହାରେ ପଡିରହିଥିବା ବସ୍ତା ବସ୍ତା ଧାନ ଭିଜିବାରେ ଲାଗିଛି । ପଲିଥିନ ଢାଙ୍କି ଚାଷୀ ଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରି ବିଫଳ ହେଉଛି ।
ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।
ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ ।
ଦୁଇ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଆଲର୍ଟ କରାଯାଇଛି ।
ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ । ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ ।
ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।
ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।
ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ଲଘୁଚାପ ପ୍ରଭାବରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଯଦିଓ ବିଳମ୍ବ ହେଲାଣି ତଥାପି ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ଶୁଖିଲା ପାଗ ସହ ତାପମାତ୍ରା କମିଛି ।
ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।