ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍। ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି।
ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସ ଦଳର କନ୍ଦଳ। ଦଳରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ତୁରନ୍ତ ଏକ ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ । କାହିଁକି ବଡ଼ ବଡ଼ ନେତା ଦଳ ଛାଡୁଛନ୍ତି? ଏନେଇ ପ୍ରଶ୍ନ ପଚାରିଲେ ସିବଲ
ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି।
ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି
ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ।
ପଶ୍ଚିମବଙ୍ଗ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କୁ କଡା ଟକ୍କର ଦେବାକୁ ବିଜେପି ଚଲାଇଛି ଜୋରଦାର କ୍ୟାମ୍ପେନ। ମମତାଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ନିଜ ପ୍ରଚାର ଅଭିଯାଜକୁ ଜୋରଦାର କରିଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ
ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି।
ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।
ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ନିଜ ଦଳକୁ କେମିତି ମଜବୁତ୍ କରାଯିବ ସେନେଇ ସବୁ ଦଳର ନେତା ଏବେ ବେଶ୍ ବ୍ୟସ୍ତ। ଆଉ ଏହାରି ମଧ୍ୟରେ ଆଦି ଲକ୍ଷ୍ନୌରେ ପହଞ୍ଚିଛନ୍ତି କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି
ଏମସ୍ ରାଜନୀତି ଥମିବ କେବେ? ସୁନ୍ଦରଗଡରେ ପୁଣି ତେଜିଲା ଏମ୍ସ ରାଜନୀତି । କେନ୍ଦ୍ରସରକାରଙ୍କ ଉଦାସୀନତା ଉପରେ ଉଠିଲାଣି ପ୍ରଶ୍ନ। ୫ ମାସ ଧରି ସରକାର ପଦକ୍ଷେପ ନେଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।
ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।
‘କ’ଣ ଦୁର୍ନୀତିକୁ ଚେକ୍ ହେଉଛି? କି ଚେକ୍ ହେଉଛି ଓଡ଼ିଶାରେ?’ OSSC ପ୍ରସଙ୍ଗରେ ତଦନ୍ତ କରିବାକୁ କହୁଛନ୍ତି କଂଗ୍ରେସ ବିଧାୟକ।
ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।
ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି ରାଜନୀତି
ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ?
ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି
ଦୀର୍ଘଦିନ ହେବ କଂଗ୍ରେସରେ କନ୍ଦଳ ଲାଗିରହିଛି। ଦଳର ନେତାମାନେ ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ଅନ୍ୟ ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଏବେ ହାଇକମାଣ୍ଡ ଅଛନ୍ତି।
ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ କରାଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ । କାରଣ ସିଦ୍ଧୁ ପଦବୀରେ ଥିଲେ ବି ପାୱାର କରିଡର ରହିଛି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାଖରେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାସହ କେନ୍ଦ୍ରୀୟ ମନିଟାଇଜେସନ୍ ଯୋଜନା (ଏନଏମ୍ପି) ଘୋଷଣାକୁ ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ ବୋଲି କହିଛନ୍ତି ।
ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି ।