ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।
ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।
ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା ।
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍ସର ଆଜି ଲୋକାର୍ପଣ ହୋଇଛି ।
ଶାହା ଆହୁରି କହିଛନ୍ତି ଯେ, ଘଟଣାସ୍ଥଳରେ ଉଗ୍ରବାଦୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ବାହିନୀ ପାଖରେ ଖବର ପହଞ୍ଚିଥିଲା । ତେଣୁ ସେନା ବାହିନୀ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଗୃହରେ ହୋହାଲ୍ଲା କରୁଥିଲେ ବିରୋଧୀ । ଆଉ ଏତିକି ବେଳେ ପ୍ରତ୍ୟାହାର ହେଲା କୃଷି ଆଇନ । ମାତ୍ର ୪ ମିନିଟ୍ ପରେ ପାର୍ ହେଲା ବିଲ୍ ।
ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି ।
ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍।
ପୂର୍ବୋତ୍ତର ରାଜ୍ୟ ମେଘାଳୟରେ କଂଗ୍ରେସକୁ ବଡ଼ ଧରଣର ଝଟ୍କା । ବିଧାନସଭାରେ ଥିବା କଂଗ୍ରେସର ୧୭ ଜଣ ବିଧାୟକଙ୍କ ଭିତରୁ ୧୨ ଜଣ ଦଳରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।
କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିୟୋଗ ହୋଇଛି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।
ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଫୁଟିଛି ହସ । ସମସ୍ତେ ସ୍ୱାଗତ କରିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ । ଚାଷୀ କହିଛନ୍ତି, ବର୍ଷକର ତପସ୍ୟା ପୁରା ହେବାକୁ ଯାଉଛି । ଏବେ ସେମାନେ ନିଶ୍ଚିନ୍ତରେ ଘରକୁ ଫେରିପାରିବେ ।
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା
ମମିତା ମେହେର ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆଜି ଦିବ୍ୟଶଙ୍କର ଉପରେ ପୁଣି ବର୍ଷିଲେ ଲେଖାଶ୍ରୀ
ରାଜନେତାଙ୍କୁ ଅଣ୍ଡା ମାଡ଼, ପୋଲିସକୁ ଟମାଟୋ ମାଡ଼, ଛାତ୍ର କଂଗ୍ରେସର ନୂଆ ଷ୍ଟାଇଲ୍
ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।
ଚର୍ଚ୍ଚାରେ ରହୁଛନ୍ତି ମହାରାଷ୍ଟ୍ରର ଏନସିପି ନେତା ନୱାବ ମଲିକ୍ । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଏନସିପି ନେତା ନୱାବ ମଲିକଙ୍କ ହମଲା ଜାରି ରହିଛି । ଗତକାଲି ଫଡାନାଭିସଙ୍କ ଅଣ୍ଡରୱାଲ୍ଡ ଲିଙ୍କ୍ ଅଭିଯୋଗ ପରେ ନବାବ ମଲିକ ହାଇଡ୍ରୋଜେନ ବୋମା ପକାଇ ଫଡନାଭିସଙ୍କ ପ୍ରକୃତ ଗୁମର ଖୋଲିବେ ବୋଲି କହିଛନ୍ତି ।
ୟୁପି ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍ ? ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଲେ ଗୁରୁମନ୍ତ୍ର । କରୋନା ଲଢ଼େଇ ସହ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିଥିବାରୁ ମୋଦିଙ୍କୁ ପ୍ରଶଂସା ।
ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।
କଂଗ୍ରେସ ଟାର୍ଗେଟ୍ରେ ସରକାର। ପ୍ରେସମିଟ୍ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି
୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି ।
ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା ।
ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି