ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାସହ କେନ୍ଦ୍ରୀୟ ମନିଟାଇଜେସନ୍ ଯୋଜନା (ଏନଏମ୍ପି) ଘୋଷଣାକୁ ଯୁବକଙ୍କ ଭବିଷ୍ୟତ ଉପରେ ଆକ୍ରମଣ ବୋଲି କହିଛନ୍ତି ।
ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି ।
ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।
ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।
ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ସଂସଦରେ କେନ୍ଦ୍ର ସରକାର ମନମାନି କରୁଥିବା କହି ବର୍ଷିଛନ୍ତି ସଞ୍ଜୟ ।ବିରୋଧୀମାନେ ସଂସଦରେ ସେମାନଙ୍କ ମତ ରଖିବାର ସୁଯୋଗ ପାଇଲେ ନାହିଁ ।
ଅବଧି ପୂର୍ବରୁ ସସଂଦର ମୌସୁମୀ ଅଧିବେଶନ ଶେଷ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିବା ସହ ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି ।
ଏନସିପି ନେତା ଶରଦ ପାୱାରଙ୍କ ସହ ଅନେକ ରାଜ୍ୟର ହେଭିୱେଟ୍ଙ୍କୁ ଆସନ୍ତା ୨୦ରେ ଆୟୋଜିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ ସମୟରେ ବିରୋଧୀମାନଙ୍କ ସହ ଆଲୋଚନା କରିପାରନ୍ତି ସୋନିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ଏକଜୁଟ୍ ହୋଇ ମୋଦି ସରକାରକୁ ପ୍ରବଳ କଟାକ୍ଷ କରିଥିଲେ
ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ସରକାରଙ୍କୁ କହିଲୁ, ଏହାସହ ଆମେ କୃଷକ, ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲୁ କିନ୍ତୁ ସେ ସମ୍ପର୍କରେ ଆଲୋଚନା କଲେ ନାହିଁ ରାହୁଲ। ଏହା ନିଶ୍ଚିତ ଭାବରେ ଗଣତନ୍ତ୍ରର ହତ୍ୟା। ସମ୍ବିଧାନକୁ କେନ୍ଦ୍ର ସରକାର ବାରମ୍ବାର ହତ୍ୟା କରୁଛନ୍ତି ଏବଂ ବିମୁଦ୍ରୀକରଣ-ଜିଏସ୍ଟି ପ୍ରୟୋଗ କରି ଛୋଟ ଶିଳ୍ପକୁ ସରାକର ନଷ୍ଟ କରୁଥିବା ରାହୁଲ କହିଛନ୍ତି।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍ ୧୨ରେ ଜାମିନ୍ ଦିଆଯାଇଥିଲା । ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା ।
ଟ୍ୱିଟ୍ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍ କରିବା ପରେ ହ୍ୱାଟ୍ସଆପ୍ରେ ହିଁ ସାର୍ଟିଫିକେଟ୍ ମିଳିବ। ଏହା କରିବା ଦ୍ୱାରା ଲୋକମାନେ ଅତି ସରଳ ଭାବରେ ଭ୍ୟାକ୍ସିନେସନ୍ର ସାର୍ଟିଫିକେଟ୍ ପାଇଯିବେ ବୋଲି ଶଶୀଥରୁର କହିଛନ୍ତି। ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ କୋୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ପ୍ଲାର୍ଟଫର୍ମ ପାଇଁ ଭ୍ୟାକ୍ସିନେସନ୍ ପ୍ରକ୍ରିୟା ଅତି ସହଜ ହୋଇଥିବା ନେଇ ଶ୍ରୀଥରୁର କହିଛନ୍ତି
ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।
ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍ ଶାହାଙ୍କୁ ଭେଟିଛନ୍ତି ଶରଦ
ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।
ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।
ସେପଟେ, ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍।
ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି ।
ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
କୁହାଯାଉଛି କେନ୍ଦ୍ର ନେତାମାନେ ମନ୍ତ୍ରୀ ଅଦଳବଦଳକୁ ନେଇ ଗ୍ରୀନ ସିଗନାଲ ଦେବାରେ ଡ଼େରି କରୁଛନ୍ତି ତେଣୁ ଗେହେଲଟ୍ ମଧ୍ୟ ଚୁପ୍ ରହିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତଙ୍କୁ ନଜରରେ ରଖି ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ।
ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ।