ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।
ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।
କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।
ତେବେ ଦୀର୍ଘଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସିନ୍ଧୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦରେ ପୁଃନଚ୍ଛେଦ ପକାଇବାକୁ ଦଳୀୟ ନେତା ଅଂଟା ଭିଡ଼ିଛନ୍ତି। ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ଗତକାଲିର ବୈଠକକୁ ନେଇ ସନ୍ତୋଷ ପ୍ରକାଶ କରିନାହାନ୍ତି ଅମରିନ୍ଦର। ଉଭୟ ନେତାଙ୍କ ମଧ୍ୟରେ ତିକ୍ତତା ବଢୁଥିବାରୁ କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଦିଲ୍ଲୀରୁ ଅମୃତସରରେ ପହଞ୍ଚିଥିଲେ
ସୂଚନା ଅନୁସାରେ, କର୍ଣ୍ଣାଟକରେ କ୍ୟାବିନେଟ୍ ପୁନଃନିର୍ମାଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ୟେଦିୟୁରପ୍ପା ଇସ୍ତଫା ଦେଇପାରନ୍ତି
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଛନ୍ତି। ସେପଟେ, ସିଦ୍ଧୁ ନିଜ ସପକ୍ଷରେ ମତ ସୃଷ୍ଟି କରିବାକୁ ଆଜି ରାଜ୍ୟର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଛନ୍ତି। ଏହାସହ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି। କୁହାଯାଉଛି ସିଦ୍ଧୁ ହିଁ କଂଗ୍ରେସର ସଭାପତି ଆସନ ଅଳଙ୍କୃତ କରିବେ। ଅନ୍ୟପକ୍ଷରେ ଅମରିନ୍ଦରଙ୍କ ସହ ହରିଶ ରାୱତଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଛି।
ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।
ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।
ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ।
ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ
ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା କରାଯାଇଛି । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।
ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି
ନୂଆ ଟିମ୍ ପରେ କେନ୍ଦ୍ର କ୍ୟାବିନେଟ ମିଟିଂରେ ବଡ଼ ନିଷ୍ପତ୍ତି । ରାଜ୍ୟମାନଙ୍କ ପାଇଁ କୋଭିଡ୍ ପାଣ୍ଠି ଅନୁଦାନ ନେଇ ନିଷ୍ପତ୍ତି । ୨୩,୧୨୩ କୋଟିର କୋଭିଡ୍ ପାଣ୍ଠି ପାଇଁ ନିଷ୍ପତ୍ତି ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦିଙ୍କ ନୂଆ ଟିମରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। ତେବେ ମୋଦିଙ୍କ ମିନିଷ୍ଟ୍ରିରୁ ବାଦ୍ ପଡ଼ିଛନ୍ତି ବାଲେଶ୍ୱର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚାଲିଛି ଚର୍ଚ୍ଚା। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ?
ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…
ସୁରଟ: ରାହୁଲଙ୍କୁ ପଡ଼ିଥିଲା କୋର୍ଟରୁ ଡକରା । ଆଉ କୋର୍ଟଙ୍କ କଥା ମାନି ହାଜର ହେଲେ ରାହୁଲ ଗାନ୍ଧି । ୨୦୧୯ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ରାଲି କରୁଥିବା ସମୟରେ ରାହୁଲ ଦେଇଥିଲେ ବିବାଦୀୟ ଭାଷଣ । ଯାହାକୁ ନେଇ…
ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…
ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି…
ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ…
ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି…