ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା
ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨(୨୯), ୧୩(୧୪) ଓ ୧୬(୧୧) ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ।
Published: Sarbeswar
Last updated: 17 December 2022, 11:01 PM IST
୨୪ ନିର୍ବାଚନ ପୂର୍ବରୁ ହେବ ନିର୍ଣ୍ଣାୟକ ଆନ୍ଦୋଳନ । ବିଜେଡି ସରକାରକୁ କ୍ଷମତାରୁ ହଟାଇବା ଲାଗି ହେବ ବଡ଼ ଲଢ଼େଇ । ଆଉ ଏ ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପିରେ ହୋଇଛି ବଡ଼ ଧରଣର କସରତ । ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଅଭିଜ୍ଞତା ଆଧାରରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତ ହୋଇଛି ଷ୍ଟ୍ରାଟେଜି । ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଳର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରେନ୍ଦେଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବୈଠକରେ ପ୍ରଥମେ ଧାମନଗର ବିଜୟ ଓ ପଦ୍ମପୁର ପରାଜୟର ସମୀକ୍ଷା ହୋଇଥିଲା ।