ଖୋଲା ଆକାଶ ତଳେ ଗଦା ହୋଇଛି ବହୁ ମୂଲ୍ୟବାନ ଗଛର କାଠ ଗଣ୍ଡି । ମୋଟେଇ ଯେମିତି ଲମ୍ବା ବି ସେମିତି । ବାହାରେ ପଡ଼ିଛି, ଯେତିକି ଏ ଘର ଭିତରେ ରହିଛି ତାଠାରୁ ଢେର୍ ବେଶି । ଏ କାଠ ଗଣ୍ଡି ଏମିତି ସେମିତି ଗଛର ନୁହେଁ ବରଂ ବହୁ ମୂଲ୍ୟ ରକ୍ତଚନ୍ଦନର ଗଣ୍ଡି । ପ୍ରାୟ ୮ ଶହରୁ ୯ ଶହ ମାଟ୍ରିକ ଟନର ରକ୍ତଚନ୍ଦନ ଗଣ୍ଡି ଏମିତି ଅସୁରକ୍ଷିତ ଅବସ୍ଥାରେ ପଡ଼ିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ହେଲେ ଦୁର୍ଭାଗ୍ୟ ଏ ମୂଲ୍ୟବାନ ରକ୍ତଚନ୍ଦନ ସୁରକ୍ଷା ପାଇଁ ବନ୍ଧା ହୋଇଛି ଗୋଟିଏ ବାଉଁଶ ଧଡ଼ା ଆଉ ଖଣ୍ଡିଏ ବାଡ଼ି ହାତରେ ଧରି ଜଗିଛନ୍ତି ଜଣିଏ ମାତ୍ର ଘରୋଇ ସିକ୍ୟୁରିଟି ଗାର୍ଡ ।
Published: Sarbeswar
Last updated: 21 December 2022, 10:20 PM IST
ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ । ହଁ ଇଏ ସେଇ ପ୍ରତିବାଦକାରୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ଯିଏ ରାଉରକେଲାରୁ, ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷ ତଳର ପ୍ରତିଶ୍ରୁତିକୁ ମଡେଲ୍ର ଭାର ବନେଇ ୫ ଶହରୁ ଊର୍ଦ୍ଧ୍ୱ କିଲୋମିଟର ବାଟ ପାଦରେ ଚାଲିଚାଲି ନବୀନ ନିବାସ ଯାଏଁ ଆସିଥିଲେ ।