• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦଳା(ମାନସ ପାଣି) : ବିଜ୍ଞାନ ଯୁଗରେ ବଞ୍ଚିଛି ଅନ୍ଧବିଶ୍ୱାସ । ଅନ୍ଧବିଶ୍ୱାସର ଅନ୍ଧାରୀ ଜାଲରେ ଛନ୍ଦି ହୋଇ ମା ଏବଂ ଝିଅକୁ ଦିଆଯାଇଛି ଅକଥନୀୟ ନିର୍ଯ୍ୟାତନା । ଡାହାଣୀ ସନ୍ଦେହରେ ବୃଦ୍ଧା ମହିଳା ଏବଂ ତାଙ୍କ ଝିଅକୁ ହାତଗୋଡ ବାନ୍ଧି ମାଡ ମାରିଛନ୍ତି କିଛି ଯୁବକ । କେବଳ ସେତିକି ନୁହେଁ ୨୪ ଘଂଟା ଭିତରେ ଗ୍ରାମ ଛାଡି ଚାଲିଯିବାକୁ ଧମକ ମଧ୍ୟ ଦିଆଯାଇଛି । ଏଭଳି ଘଟଣା ଘଟିଛି ଖୁଂଟା ଥାନା ଅଂଚଳରେ ।

ମୟୁରଭଞ୍ଜ ଜିଲ୍ଲା ଖୁଂଟା ଥାନା ଗଡିଗାଁ ଗାଁରେ ରୁହନ୍ତି ଜବା ହାଁସଦା ଏବଂ ତାଙ୍କ ଝିଅ । ଦିନେ ସେ ନିଜ ଘର ବାରଣ୍ଡାରେ ବସିଥିଲେ, ଆଉ ଏହି ସମୟରେ ଗ୍ରାମର ୬ ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟଙ୍କୁ ଖୁଂଟରେ ବାନ୍ଧି ଦେଇଥିଲେ । ଏହା ସହିତ ଉଭୟଙ୍କୁ ମାଡ ମଧ୍ୟ ମାରିଥିଲେ । କେବଳ ସେତିକି ନୁହେଁ ଜବା ହାଁସଦା କୁଆଡେ ଡାହାଣୀ ହୋଇ ତାଙ୍କର ଅନିଷ୍ଟ କରିଛନ୍ତି ବୋଲି କହିବା ସହିତ ନିର୍ଯ୍ୟାତନା ଦେଇଥିଲେ ।

ଆଉ ତା’ପରେ ମା ଝିଅଙ୍କୁ ୨୪ ଘଂଟା ଭିତରେ ଗ୍ରାମ ଛାଡି ଚାଲିଯିବାକୁ କହିବା ସହିତ ଗ୍ରାମ ଛାଡି ନ ଗଲେ ଉଭୟଙ୍କୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ଯୁବକମାନେ । ମାଡ଼ ମାରି ଚାଲିଯିବା ପରେ ଜବା ହାଁସଦା ଏବଂ ତାଙ୍କ ଝିଅ ଏ ନେଇ ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉଭୟ ମା ଝିଅଙ୍କୁ ମାଡ ମାରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିବାରୁ ସେମାନେ ନିଜ ଘର ଛାଡି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ଆଶ୍ରୟ ନେଇଥିବା ସୂଚନା ମିଳିଛି ।