• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦିପଗ୍ରେସ ଏକ୍କା, ନମିତା ଟପୋଙ୍କୁ ୫୦ ଲକ୍ଷ ଲେଖାଏଁ

     

  • କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧନା ପରେ ଆର୍ଥିକ ପୁରସ୍କାର ଘୋଷଣା

ଭୁବନେଶ୍ୱର : ୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୪ ଅଲିମ୍ପିଆନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଷ ହକି ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଓଟିଭିକୁ ପ୍ରତିକ୍ରିୟା ଦେବା ବେଳେ ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ସଫଳ ହୋଇଛି ବୋଲି କହିଛନ୍ତି । ଅଲିମ୍ପିକ୍ସ ପଦକ ସ୍ୱର୍ଗୀୟ ବାପାଙ୍କୁ ଉତ୍ସର୍ଗ କଲେ କରିଛନ୍ତି ଅମିତ୍ ରୋହିଦାସ । ଅଲିମ୍ପିକ୍ସ ଖେଳିବାରେ ବାପାଙ୍କ ବହୁତ ଅବଦାନ ରହିଛି । ଗତବର୍ଷ ତାଙ୍କର ଦେହାନ୍ତ ହୋଇଛି, ପଦକ ପାଇଁ ସେ ଖୁସି ଥିବେ । ଜିତିବା ପାଇଁ ଲମ୍ବା ଜର୍ଣ୍ଣିଂ ଥିଲା, ବହୁତ ପରିଶ୍ରମ କରିବାକୁ ପଡ଼ିଛି । ପରିଶ୍ରମ କରି ନଥିଲେ ସଫଳତା ମିଳି ନଥାଆନ୍ତି ବୋଲି ସେ କହିଛନ୍ତି ।

ସେହିପରି ଅଲିମ୍ପିକ୍ସ ପଦକ ବିଜେତା ବିରେନ୍ଦ୍ର ଲାକ୍ରା କହିଛନ୍ତି,ପଦକ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ପରିବାର ଛାଡ଼ି ଯେଉଁ ତ୍ୟାଗ କରିଥିଲୁ ତାହା ଆଜି ସଫଳ ହୋଇଛି । ସେହିପରି ଭାରତ ଓ ଓଡ଼ିଶା ସରକାରଙ୍କ ସମର୍ଥନ ଅନେକ ସହାୟକ ହୋଇଥିବା ସେ କହିଛନ୍ତି । ସେପଟେ ଗତକାଲି ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।