• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା । ଦିଗପହଣ୍ଡିରୁ ବିପିନ ପ୍ରଧାନଙ୍କ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ହାତ ଛାଡି ଏବେ ପଦ୍ମ ଶିବିରରେ । ବିପିନ ଆଉ ପୂର୍ଣ୍ଣଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ ।

ବ୍ରହ୍ମପୁର ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆଉ ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ଆସୁଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ । ସେପଟେ ଆସ୍କାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ପୁଣି ଥରେ ଟିକେଟ୍ ଆଶାୟୀ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ନାରାୟଣ ସ୍ୱାଇଁ ବି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ: ‘ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ଅପବ୍ୟବହାର କରୁଛି ବିଜେଡି’

ପୋଲସରାରେ ବିବାଦୀୟ ବିଧାୟକ ଶ୍ରୀକାନ୍ତ ସାହୁ ଟିକେଟ ଦାବି କରୁଥିବା ବେଳେ ଆରତୀ ଦେବୀ ଓ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ବି ଟିକଟ୍ ଆଶା ରଖିଛନ୍ତି । ଏମିତି ସ୍ଥିତିରେ ଯାହାର ଟିକେଟ କଟିବ ସେମାନେ ବିଦ୍ରୋହୀ ହେବା ଏକ ପ୍ରକାର ଥୟ । ପ୍ରଦୀପ ପାଣିଗ୍ରାହୀ ବି ଦାବି କରୁଛନ୍ତି ଅନେକ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ।