Advertisment

ନିର୍ବାଚନ ମୈଦାନରେ BJP-BJD ଯୋଦ୍ଧା, କେଉଁଠି ହେବ ହାଇଭୋଲଟେଜ୍ ଟକ୍କର ? ଜାଣନ୍ତୁ..

ବିଜେପି ପରେ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପଦ୍ମ ଦଳ ୧୮ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଥିଲା। ଆଜି ଶଙ୍ଖଦଳ ପ୍ରଥମ ତାଲିକାରେ ଘୋଷଣା କରିଛି ୧୫ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Odisha Politics

ଲୋକସଭା ପାଇଁ ଆଜି ଘୋଷିତ ୧୫ଟି ଆସନରୁ ୪ଟିକୁ ଛାଡ଼ି ସବୁଠି ପ୍ରାର୍ଥୀ ବଦଳାଇଛି ବିଜେଡି। କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାକୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଥିଲା ବେଳେ ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନ୍‌କୁ ଛା଼ଡ଼ିଛି। ମୋଟାମୋଟି ଦେଖିଲେ ବିଜେପିର ପ୍ରବୀଣଙ୍କ ବିରୋଧରେ, ପ୍ରାୟ ନବୀନ ଚେହେରା ଉପରେ ଭରସା କରିଛି ଦଳ।

Advertisment

ବିଜେପି ପରେ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପଦ୍ମ ଦଳ ୧୮ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଥିଲା। ଆଜି ଶଙ୍ଖଦଳ ପ୍ରଥମ ତାଲିକାରେ ଘୋଷଣା କରିଛି ୧୫ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ନଜର ପକାନ୍ତୁ କାହା ବିରୋଧରେ କାହାକୁ ଓହ୍ଲାଇଛି ବିଜେଡି ? କେଉଁଠି ହେବ ହାଇଭୋଲଟେଜ୍ ଟକ୍କର ?

Advertisment

କେନ୍ଦ୍ରାପଡ଼ା- ଏଠି ବିଜେପିର ଯୋଦ୍ଧା, ଏଇ ସିଟରୁ ଦୁଇ ଦୁଇଥର ସାଂସଦ ରହି ସାରିଥିବା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କୁ ଟକ୍କର ଦେବାକୁ ବିଜେଡି ଦେଇଛି କଂଗ୍ରେସରୁ ଆମଦାନୀ ନେତା ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍। ଅର୍ଥାତ୍ ବିଜେପି ଏଠି ଦକ୍ଷ, ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରିଥିଲା ବେଳେ ନୂଆମୁହଁ ଉପରେ ଭରସା କରିଛି ବିଜେଡି।

ସମ୍ବଲପୁର- ଏଠି ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲଢ଼ିବାକୁ ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଛାଡ଼ିଛି ବିଜେଡି।
ଉଭୟେ ପ୍ରଥମ ଥର ପାଇଁ ସମ୍ବଲପୁରକୁ ନିଜ ନିର୍ବାଚନ କ୍ଷେତ୍ର କରିବାକୁ ଯାଉଥିଲା ବେଳେ ଏଠି ବି ନିଜ ପ୍ରାର୍ଥୀ ବଦଳାଇଛି ଶାସକ ଦଳ।

ଭୁବନେଶ୍ୱର- ଅନ୍ୟତମ ଚର୍ଚ୍ଚିତ ଏ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ତାଙ୍କୁ ସାମ୍ନା କରିବାକୁ ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବଡ଼ କଥା ହେଉଛି ଟିକେଟ୍ ରେସ୍ ଚର୍ଚ୍ଚାରେ ଥିବା ଶ୍ରୀମୟୀ ମିଶ୍ରଙ୍କ ବଦଳରେ, ଆଜି ହିଁ ଶଙ୍ଖ ଧରିଥିବା କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ୱର ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ।

ଅନ୍ୟପଟେ ସୁନ୍ଦରଗଡ଼ ପାଇଁ ବି ନୂଆ ମୁହଁ ବାଛିଛି ଶାସକ ଦଳ। ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ଏଠି ବିଜେପିର ପ୍ରାର୍ଥୀ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କୁ ସାମ୍ନା କରିବେ। ସେହିପରି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଏଥର ମୟୂରଭଞ୍ଜ ଆସନରୁ ଲଢ଼ାଉଛି ବିଜେଡି। ଏଠି ବିଜେପିର ନବ ଚରଣ ମାଝୀଙ୍କୁ ଟକ୍କର ଦେବେ ସୁଦାମ। ଅପରପକ୍ଷେ ନବରଙ୍ଗପୁରରେ ବି ପ୍ରାର୍ଥୀ ବଦଳାଇ କଂଗ୍ରେସରୁ ଯାଇଥିବା ପ୍ରଦୀପ ମାଝୀଙ୍କୁ ଦଳ ଟିକେଟ୍ ଦେଇଛି। ଏଇ ଆସନ ପାଇଁ ବିଜେପି ବଳଭଦ୍ର ମାଝୀଙ୍କୁ ରିପିଟ୍ କରିଥିଲା ବେଳେ ଏଥର ଏଠି ପ୍ରଦୀପ ବଳଭଦ୍ର ଲଢ଼େଇ ହେବ।

ତେବେ କୋରାପୁଟରେ ଗତ ନିର୍ବାଚନରେ ୩ ହଜାର ୬୧୩ ଭୋଟରେ ହାରିଥିବା କୌଶଲ୍ୟା ହିକକାଙ୍କ ଉପରେ ପୁଣି ଭରସା କରିଛି ବିଜେଡି। ଏଠି ବିଜେପିର କାଳୀରାମ ମାଝୀଙ୍କୁ ସାମ୍ନା କରିବେ କୌଶଲ୍ୟା। ସେହିପରି ଆସ୍କାରୁ ସାଂସଦ ପ୍ରମିଳା ବିଷୋୟୀଙ୍କ ବଦଳରେ ଏଥର ନୂଆ ମୁହଁ ଭାବେ ରଞ୍ଜିତା ସାହୁ ପାଇଛନ୍ତି ବିଜେଡି ଟିକେଟ୍। ରଞ୍ଜିତା ଏଠି ବିଜେପିର ଅନୀତା ଶୁଭଦର୍ଶିନୀଙ୍କୁ ଟକ୍କର ଦେବେ। ସେହିପରି କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ଲମ୍ବୋଦର ନିଆଳଙ୍କୁ ଟିକେଟ୍ ଦେଇଥିଲା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ଅଛନ୍ତି ମାଳବିକା କେଶରୀ ଦେଓ।

BJD BJP Odisha Politics General Elections 2024
Advertisment
Advertisment