Advertisment

ଦଳ ଛାଡ଼ିବା ପରେ ବିଜେଡିକୁ ଭର୍ତ୍ତୃହରିଙ୍କ ସଂପାଦକୀୟ ବାଣ

'ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା' । 'ପିଏସି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା' ।

author-image
Satyendu Shekher Mishra
Bhartruhari Mahatab

Bhartruhari Mahatab

ଦଳ ଛାଡ଼ିବା ପରେ ବିଜେଡିକୁ ଭର୍ତ୍ତୃହରିଙ୍କ ସଂପାଦକୀୟ ବାଣ। ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ ଶୀର୍ଷକ ସଂପାଦକୀୟ ନିବନ୍ଧରେ ଭର୍ତ୍ତୃହରି କେଉଁ ପରିସ୍ଥିତିରେ ଏବଂ କାହିଁକି ଦଳ ଛାଡ଼ିଲେ, ବିଜେଡି ଓ ଏହାର ନେତୃତ୍ୱ ଏବେ କେଉଁ ସ୍ତରକୁ ଗଲାଣି ତାର ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି, ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା।

Advertisment

ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା। ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପ୍ତ୍ତି ନିଆଗଲା। ହେଲେ ୨୦୦୪ ପରଠୁ ମୋ ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ। ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା ବୋଲି ଲେଖିଛନ୍ତି ଭର୍ତ୍ତୃହରି।

ସେହିପରି ଯେଉଁ ଉଦ୍ଦେଶ୍ୟରେ ଦଳ ଗଢ଼ା ଯାଇଥିଲା ଏବଂ ଦୁର୍ନୀତିର ଛାଇପଡ଼ିଲେ ଯେଉଁଠି ମନ୍ତ୍ରିପଦ ନିମିଷକେ ଚାଲି ଯାଉଥିଲା ସେ ଦଳ ଆଜି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ। ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପସ୍ଥିତ ବୋଲି ଉଲ୍ଲେଖ କରିବା ସହ ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ ବୋଲି ଲେଖିଛନ୍ତି ଭର୍ତ୍ତୃହରି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

ଅନ୍ୟପଟେ ଦେବାଶିଷ ସାମନ୍ତରାୟଙ୍କୁ ଲୋକସଭା ଲଢ଼ିବାକୁ ସାଂସଦ ଭର୍ତ୍ତୃହରିଙ୍କ ଆହ୍ବାନ। ସଦ୍ୟ ବିଜେଡି ଛାଡ଼ିଥିବା ଭର୍ତ୍ତୃହରିଙ୍କ ପ୍ରତି ଦେବାଶିଷ ଦେଇଥିବା ମନ୍ତବ୍ୟର ପ୍ରତିକ୍ରିୟାରେ ଏହା କହିଛନ୍ତି ଭର୍ତ୍ତୃହରି। ତାଙ୍କ ଯୋଗୁଁ ଗତ ନିର୍ବାଚନରେ ସେ ହାରିଯାଇଥିଲେ ବୋଲି କହିଥିଲେ ଦେବାଶିଷ। ତେଣୁ ଆଜି କଟକରେ ହୋଲିମିଳନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭର୍ତ୍ତୃହରି ଏହାର ଜବାବରେ କହିଛନ୍ତି, ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକସଭା ଲଢ଼ନ୍ତୁ।

ଚୌଦ୍ୱାରରେ ତ ସୌଭିକ ଜିତିଲେ, ସେ କାହିଁକି ଏଠାରୁ ହାରିଗଲେ ବୋଲି ପ୍ରଶ୍ନ କରି ମୁଁ ତ ଆଉ ଏଥର ବିଜେଡିରୁ ପ୍ରାର୍ଥୀ ହେଉନି, ସେ ଲଢ଼ନ୍ତୁ ବୋଲି ଆହ୍ୱାନ ଦେଇଚନ୍ତି। ଏଥିସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଁ ଲଢ଼ିବି କି ନଲଢ଼ିବି, ଯେଉଁ ଦଳରେ ଜଏନ୍ କରିବି ତା ଉପରେ ନିର୍ଭର କରେ ବୋଲି କହିଛନ୍ତି। ସେହିପରି ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖି ଯିଏ ଯେଭଳି ଦେଖିବ, ତାକୁ ସେଭଳି ଦିଶିବ ବୋଲି କହିଛନ୍ତି ଭର୍ତ୍ତୃହରି।

BJD BJP Congress Odisha Politics General Election 2024
Advertisment
Advertisment