Advertisment

ଏବେ କ’ଣ କରିବ କଂଗ୍ରେସ? ୨୪ ମହାଲଢ଼େଇ ପୂର୍ବରୁ ଦଳରୁ ଖାଲି ହୋଇଗଲେଣି ଡଜନରୁ ଅଧିକ ନେତା

୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Congress

ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। ୨୪ ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ତ ଅସମ୍ଭାଳ ସ୍ଥିତି। କେଉଁଠି ବିଦ୍ରୋହ ତ କେଉଁଠି ଅସନ୍ତୁଷ୍ଟଙ୍କ ମେଳି ଦଳର ଟେନସନ୍ ବଢ଼େଇ ଦେଇଛି।

Advertisment

୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା। ଅଂଶୁମାନ ମହାନ୍ତି, ଚିରଞ୍ଜିବୀ ବିଶ୍ୱାଳ, ଅଧିରାଜ ପାଣିଗ୍ରାହୀ, ଗଣେଶ୍ୱର ବେହେରା, ନିହାର ମହାନନ୍ଦ, ସୁରେନ୍ଦ୍ର ସିଂ ଭୋଇ, କେ. ସୂରିୟା ରାଓଙ୍କଠୁ ନେଇ ଆଜି ଅରିନ୍ଦମ ଓରଫ ବାପି ସର୍ଖେଲ ସମସ୍ତେ ଦଳ ଛାଡ଼ିଲେଣି।

ସବୁଠୁ ବଡ଼ କଥା ହେଉଛି କଂଗ୍ରେସର ଯେଉଁ ୯ ସିଟିଂ ଏମଲ୍ଏ ଅଛନ୍ତି, ସେଭିତରୁ ଜଣେ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡ଼ି ବିଜେଡି ଟିକେଟରେ ମୈଦାନକୁ ଓହ୍ଲେଇଲେଣି। ଅନ୍ୟପଟେ ଆଉ ଦୁଇ ବିଧାୟକ ଦଳୀୟ ଟିକଟ୍ ପାଇ ବି ଶଙ୍ଖ ଧରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଯେତେ କଂଗ୍ରେସ୍ ନେତା ଦଳ ଛାଡ଼ୁଛନ୍ତି ସେ ଭିତରୁ ପ୍ରାୟ ସମସ୍ତେ ଶାସକ ଦଳକୁ ଡେଉଁଥିଲା ବେଳେ, ୟା ଭିତରେ କେବଳ ନିହାର ମହାନନ୍ଦ ଅତାବିରାରୁ ପଦ୍ମ ଦଳରୁ ଟିକେଟ୍ ଧରିଛନ୍ତି। ଅଧିରାଜ ଓ ଅଂଶୁମାନଙ୍କୁ ବିଜେଡି ଟିକେଟ୍ ମିଳି ସାରିଥିଲା ବେଳେ ଚିରଞ୍ଜିବୀ ବିଶ୍ୱାଳଙ୍କୁ ବି ବିଜେଡି କଟକ-ବାରବାଟୀ ପାଇଁ ଅଙ୍କ କଷୁଥିବା କୁହାଯାଉଛି।

Advertisment

ସେହିପରି ଯଦିଓ ବାପି ସର୍ଖେଲ୍ କେଉଁ ଦଳକୁ ଯିବେ, ସେ କାର୍ଡ ଖୋଲି ନାହାନ୍ତି, ପତ୍ନୀ ମୋନିଦିପା ବିଜେଡିରେ ମିଶିବା ପରେ ଶଙ୍ଖଭବନର ଏକ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥିଲା। ମୋନିଦିପା ଶଂଖ ଧରିବା ପରଠୁ, ଦଳ ତାଙ୍କୁ ପାରାଦୀପ ଟିକେଟ୍ ଦେବାକୁ ମନ ସ୍ଥିର କରିଥିବା କୁହାଯାଉଛି। ସେହିପରି କେନ୍ଦ୍ରାପଡ଼ା ଲାଗି ଗଣେଶ୍ୱର ବି ଖୁବ୍ ଶୀଘ୍ର ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ, ବିଳମ୍ବରେ ମାତ୍ର ୪୭ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି, ତାକୁ ନେଇ ମଧ୍ୟ ରାଜ୍ୟ କଂଗ୍ରସରେ ଅସମ୍ଭାଳ ସ୍ଥିତି। ଏମିତିକି କଂଗ୍ରେସ ନେତା ଶିଶିର ଗମାଙ୍ଗ ଟିକେଟ୍ ବଣ୍ଟନରେ ଡିଲର ଅଭିଯୋଗ ଆଣିଲେଣି ତ ଚିତ୍ରକୋଣ୍ଡାର ଆଶାୟୀ ଶରତ ଚନ୍ଦ୍ର ବୁରୁଦା ଟିକେଟ୍ ବିକ୍ରିର ଅଭିଯୋଗ କଲେଣି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

କେବଳ ସେତିକି ନୁହେଁ, ଦଳର ପ୍ରାର୍ଥୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ତୀବ୍ର ହେଲାଣି ବିରୋଧର ସ୍ୱର। କେଉଁଠି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଅସନ୍ତୋଷଙ୍କ ମେଳି, ତ କେଉଁଠି ଇସ୍ତଫା ପର୍ବ। ରାଉରକେଲାରେ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କ ବିରୋଧରେ ଖୋଦ୍ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ସ୍ବର ଉଠାଇଛନ୍ତି। ସେହିପରି ପରିବାରବାଦକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଦଳ ପଦ, ପଦବୀରୁ ଶତାଧିକ କର୍ମୀ ଇସ୍ତଫା ଦେଇଥିଲା ବେଳେ ରାୟଗଡ଼ା ଜିଲ୍ଲା ଗୁଣପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ୍ ଗମାଙ୍ଗଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ବହୁ କର୍ମକର୍ତ୍ତା ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷେ ରାୟଗଡ଼ାଠୁ ନେଇ ବିଷମକଟକ ଓ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ବି ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଘମାସାନ ଲାଗି ରହିଛି।

ବହୁ ମାନସମନ୍ଥନ ପରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏ ବିରୋଧ ଭିତରେ ପିସିସି ସଭାପତି କହିଛନ୍ତି ଏପ୍ରିଲ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଦଳର ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଦଳ ଛଡ଼ା ନେତାଙ୍କ ସ୍ଥାନରେ ଯୁବ ଚେହେରାକୁ ସୁଯୋଗ ଦିଆଯିବ।

ସେପଟେ ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟ, ଏଥର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିବା ବେଳେ, ବିଜେଡି ଟିକେଟ୍ ପାଇଥିବା ପୁଅ ମନ୍ମଥଙ୍କ ପାଇଁ ବାହାରିବା ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।

Congress Odisha Politics General Elections 2024
Advertisment
Advertisment