ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ହେବ ସେରୋ ସର୍ଭେ। ଏହି ସର୍ଭେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂପୃକ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ରାଜ୍ୟରେ ଏଯାବତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୫୦୩କୁ ବୃଦ୍ଧି ପାଇଛି। ଦିନକରେ ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଗତକାଲି ମୋଟ୍ ୬୮, ୬୬୭ ଟେଷ୍ଟିଂ ହୋଇଛି ଓ ପଜିଟିଭିଟି ରେଟ୍ ୧.୨୩ ରହିଛି।
ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ।
ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍ରେ ଉଦଘାଟନ କରିଥିଲେ।
ପଡୋଶୀ କହିଥିଲେ ଯେ, ‘ବବି ମିଶ୍ର କାହାସହ ଫୋନ୍ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’
ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।
ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି । ଖାଇବା, ପିଇବା ସାମଗ୍ରୀ, ପାଣି ବୋତଲ ସହ ଚଟାଣରେ ଶୋଇଛନ୍ତି ଲୋକେ ।
ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ । ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା।
ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ। ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ଏହାର ଜବାବରେ ବିଜେପିର ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା' ସମୟରେ ହେବ।
ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।
ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି।୨୪୫ଟି ସିଏସ୍ସି ୫୫୧ଟି ପିଏଚ୍ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭୧,୨୩୧ ଟେଷ୍ଟ କରାଯାଇଛି।ପଜିଟିଭିଟି ରେଟ୍ ୧.୧୯ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।
ଜାତୀୟ ମନିଟାଇଜେସନ୍ ପାଇପ୍ଲାଇନ୍ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ସନ୍ଧ୍ୟା ଆରମ୍ଭ ହେଉ ହେଉ ପାର୍କରେ ଡେରା ପକାଉଛନ୍ତି ମାଳ ମାଳ ବିଜେଡି ନେତା, ମନ୍ତ୍ରୀ ଓ ତାଙ୍କ ସମର୍ଥକ। ଏମାନେ ସବୁ କୁଆଡ଼େ ଗଂଜାମ ଜିଲ୍ଲାରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମକୁ କିପରି ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବେ ତାକୁ ଦେଖିବାକୁ ଆସୁଛନ୍ତି। ୩୦ ତାରିଖ ଭିତରେ ୧୦୮ ବିଧାୟକ ଆସିବା କାର୍ଯ୍ୟକ୍ରମ ରହିଛି।
ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।
ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନରଙ୍କ ଚିଠି ।
ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା।
ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।
ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ