/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630204830.jpeg)
Builder Ramesh Behera
ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁରେ ଥିବା ସତ୍ୟନଗରରେ ପ୍ଲଟିଂ ମାଲିକଙ୍କୁ ହତ୍ୟା। ତାଙ୍କ ନାଁ ରମେଶ ବେହେରା ଏବଂ ଘର ଗଣେଶ୍ୱରପୁର ଗାଁରେ। ସଂଧ୍ୟାରେ ପ୍ଲଟିଂ ଜମିକୁ ଆସିଥିବାବେଳେ ରମେଶଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ହାଣିଥିଲେ କିଛି ଦୁର୍ବୃତ୍ତ। ଫଳରେ ସେହି ସ୍ଥାନରେ ହିଁ ରମେଶଙ୍କ ମୃତ୍ୟୁ ହୋଇଥିଲା। ତେବେ ଆକ୍ରମଣର କାରଣ କିଛି ଜଣା ପଡିନଥିବାବେଳେ ଜମିଜମା ଓ ପୂର୍ବଶତ୍ରୁତା ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ମୃତଦେହକୁ ଜଗି ରହିଛି। ଅାଜି ସାଇଣ୍ଟିଫିକ ଟିମ୍ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯିବ।
ଶିଳ୍ପାଞ୍ଚର ଥାନା ଗଣେଶ୍ୱରପୁର ଗାଁର ରମେଶ ବେହେରା ଓରଫ ନୁନୁ ଜଣେ ବଲ୍ଡର। ସେ ରେମୁଣା ଗୋଲେଇ-ବାଲଗୋପାଲପୁର ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଁରେ ପାଖଥିବା ସତ୍ୟନଗରରେ ପ୍ଲଟ କିଣିଥିଲେ। ଆଜି ସନ୍ଧ୍ୟା ବେଳେ ସେଠାରେ ଥିଲେ। ଠିକ୍ ଏହି ସମୟରେ କେତେକ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ତା’ପରେ ତାଙ୍କୁ ଅତି ନୃଶଂସ ଭାବେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ।
ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)