/odishatv-khabar/media/post_attachments/uploadimage/library/16_9/16_9_0/Bacteria_1659181434.jpg)
Bacteria
ସରକାରୀ ସପ୍ଲାଇ ପାଣି ପିଇଲେ ହେବ ଝାଡ଼ାବାନ୍ତି ! ପାଣି ନମୁନା ଯାଞ୍ଚ ପରେ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ । ସରକାରୀ ସପ୍ଲାଇ ପାଣିରେ ଝାଡ଼ାବାନ୍ତି ସୃଷ୍ଟିକାରୀ ବ୍ୟାକ୍ଟେରିଆ । ମୋହନା ବ୍ଲକ ଗୋବିନ୍ଦପୁର ଗାଁରେ ସପ୍ଲାଇ ପାଣିରେ ବ୍ୟାକ୍ଟେରିଆ ଠାବ । ଝାଡ଼ାବାନ୍ତି ସୃଷ୍ଟିକାରୀ ଘାତକ କୋଲିଫର୍ମ ବ୍ୟାକ୍ଟେରିଆ ଠାବ । ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।
୮ଟି ପାଣି ନମୁନାରୁ ୨ଟିରେ କୋଲିଫର୍ମ ବ୍ୟାକ୍ଟେରିଆ ମିଳିଥିଲା । ଗୋଟିଏ କୂଅ ଏବଂ ସରକାରୀ ସପ୍ଲାଇ ପାଣି ନମୁନାରୁ ମିଳିଥିଲା । ସପ୍ଲାଇ ପାଣିରୁ ମିଳିଥିବା ମାଇକ୍ରୋବାୟୋଲୋଜିଷ୍ଟଙ୍କ ରିପୋର୍ଟ । ସିଡିଏମ୍ଓଙ୍କୁ ରିପୋର୍ଟ ଦେଲେ RTPCR ଲ୍ୟାବ୍ ମାଇକ୍ରୋବାୟୋଲୋଜିଷ୍ଟ ।
କିଛି ଦିନ ପୂର୍ବରୁ ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଦେଖାଯାଇଥିଲା । ଜଣଙ୍କ ପରେ ଜଣଙ୍କ ଜୀବନ ମଧ୍ୟ ନେଇଛି ଏହି ଝାଡ଼ାବନ୍ତି । ତେବେ ସେଠାରେ ମଧ୍ୟ ଦୂଷିତ ପାଣି ଯୋଗୁଁ ଏହା ବ୍ୟାପିଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)