/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741417777.jpg)
KIIT University Row
କିଟ୍ କାଣ୍ଡକୁ ନେଇ ଚାଲିଛି ଘଣ୍ଟାଚକଟା । ୩ ଦିନ ହେଲା କିଟ୍ କେଳେଙ୍କାରୀ ସମ୍ପର୍କିତ ମାମଲାରେ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ (NHRC) ଟିମ୍ । ଗ୍ରାଉଣ୍ଡ ଜିରୋରେ ପଚରାଉଚରା ସାଙ୍ଗକୁ ରୁଦ୍ଧଦ୍ୱାର ଜେରା ହୋଇଛି । ତଦନ୍ତ ବେଳେ ଅନେକ ଲୋକ ଅଚ୍ୟୁତ ସାମାନ୍ତଙ୍କ କେଳେଙ୍କାରୀର ଲମ୍ବା ତଥ୍ୟ ଦେଇଛନ୍ତି । ଆଜି ତୃତୀୟ ଦିନରେ ବି ଏନଏଚଆରସି ଟିମ୍ ଏକାଧିକ ଲୋକଙ୍କୁ ପଚରା ଉଚରା କରିଛି । ପୂର୍ବରୁ କିସ୍କୁ ନେଇ ଅଭିଯୋଗ ଥିବାରୁ କିଟ୍ ସହ କିସ୍ରେ ମଧ୍ୟ ଛାନଭିନ୍ ଚଳାଇଛି । ଖୁବ୍ଶୀଘ୍ର ଏହି ମାମଲାର ତଦନ୍ତ ସାରି କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏନଏଚଆରସି ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂ ।
ଅଧିକ ପଢ଼ନ୍ତୁ: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍, ନିଜ ପ୍ଲଟ୍କୁ ଯିବାକୁ ମିଳୁନି ବାଟ
ଭୁବନେଶ୍ୱର ଆସିଥିବା ୩ ଜଣିଆ ଏନଏଚଆରସି ଟିମ୍ ଅନେକ ଛାତ୍ରଛାତ୍ରୀ, କର୍ମଚାରୀଙ୍କୁ ଘନ ଘନ ଜେରା କରିଛି । ଏଥିସହ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତକାରୀ ଅଧିକାରୀ ହାଜର ହୋଇ ତଦନ୍ତ ସମ୍ପର୍କିତ ବିସ୍ତୃତ ବିବରଣୀ ରଖିଛନ୍ତି । ମୃତା ନେପାଳୀ ଛାତ୍ରୀଙ୍କ ୫ ସହପାଠୀ ମଧ୍ୟ ଘଟିଥିବା ଘଟଣା ଓ ତା'ପରର ଟିକନିଖ୍ ତଥ୍ୟ ଦେଇଛନ୍ତି ।
ତେବେ ଏନଏଚଆରସି ଟିମ୍ କିଟ୍ ସହିତ କିସ୍ରେ ତନାଘନା କରିଛି । କିସ୍ରେ ପଢ଼ୁଥିବା ଛୋଟପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା ସହ ଏକାଧିକ ଲୋକଙ୍କୁ ପଚରାଉଚରା କରିଛି । ଅନେକ ସାଧାରଣ ଲୋକ ଓ ଆରଟିଆଇ କର୍ମୀ ରାଜ୍ୟ ଅତିଥି ଭବନରେ ନିଜ ଆଡୁ ପକ୍ଷ ରଖି କିଟ୍, କିସ୍ରେ ଚାଲିଥିବା କେଳେଙ୍କାରୀର ଲମ୍ବା ତଥ୍ୟ ଦେଇଛନ୍ତି । ଅଚ୍ୟୁତ ସାମନ୍ତ କିଭଳି ଆଇନରୁ ଉର୍ଦ୍ଧ୍ବରେ କାର୍ଯ୍ୟ କରୁଥିଲେ ତାହାର ପ୍ରମାଣ ଏନଏଚଆରସି ଟିମ୍କୁ ଦେଇଛନ୍ତି ।
କିଏ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କ ସନ୍ଦେହଜନକ କାର୍ଯ୍ୟକଳାପ କଥା ଉଠାଇଛି ତ ପୁଣି କିଏ ଅଚ୍ୟୁତଙ୍କ ବିରୋଧରେ ଜମି କେଳେଙ୍କାରୀର ପ୍ରମାଣ ଦେଇଛି । ତାସହ କିସ୍ରେ କିଭଳି ଭାବେ ଆଦିବାସୀ ପିଲାଙ୍କୁ ମୌଳିକ ସୁବିଧା ମିଳୁନି । ଆରଟିଆରେ ବି ତଥ୍ୟ ଉପଲବ୍ଧ ନାହିଁ ସେ ଡକ୍ୟୁମେଣ୍ଟ ଦେଇ ଅଚ୍ୟୁତ ସାମନ୍ତ କ'ଣ ଆଇନରୁ ଉର୍ଦ୍ଧ୍ବରେ ବୋଲି କମିଶନଙ୍କୁ ଅବଗତ କରିଛନ୍ତି ଆରଟିଆଇ କର୍ମୀ । ସମସ୍ତଙ୍କ ଅଭିଯୋଗ ଶୁଣିବା ଆକ୍ସନ ନେବେ ବୋଲି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ ଆଶ୍ବସ୍ତିବାଣୀ ଦେଇଥିବା କହିଛନ୍ତି ତଥ୍ୟ ପ୍ରଦାନକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)