/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747056237.jpg)
Cyber Attack Alert
ଭାରତୀୟ ସୋସିଆଲ ମିଡିଆ ୟୁଜର୍ସଙ୍କୁ ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟ୍ । 'ଡ୍ୟାନ୍ସ ଅଫ ଦ ହିଲାରୀ' (Dance of the Hillary) ନାଁରେ ଭାଇରସ୍ ପଠାଉଛନ୍ତି ପାକିସ୍ତାନ ହ୍ୟାକର । 'ଅପରେସନ ସିନ୍ଦୂର' ଆଗରେ ଚିତପଟାଙ୍ଗ ମାରିଥିବା ପାକିସ୍ତାନୀ ଆଉ କିଛି ବାଟ ନପାଇ ଶେଷରେ ସାଇବର ଆଟାକ୍ ପାଇଁ ପ୍ରୟାସ ଚଳାଇଛନ୍ତି । ଏଥିପାଇଁ ବିଭିନ୍ନ ସୋସିଆଲ ମିଡିଆ ନେଟଓ୍ୱର୍କ ଏବଂ ଇମେଲ୍ ମାଧ୍ୟମରେ ଭାରତୀୟ ୟୁଜର୍ସଙ୍କୁ ଭାଇରସ୍ ପଠାଉଛନ୍ତି । ଏହି ଭାଇରସ୍ ଦ୍ୱାରା ଥରେ ଯଦି କୌଣସି ମୋବାଇଲ, କମ୍ୟୁଟର ଭଳି ଡିଭାଇସ ଇନଫେକଟେଡ ହେଲା, ତାହେଲେ ବ୍ୟାଙ୍କ କାରବାର ସମ୍ପର୍କିତ କିମ୍ବା ବ୍ୟକ୍ତିଗତ ଡାଟା ଲିକ୍ ହେବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
'ଡ୍ୟାନସ ଅଫ ଦ ହିଲାରୀ' ଭାଇରସ ଉଭୟ ଅଡିଓ, ଭିଡିଓ ଏବଂ ଡକ୍ୟୁମେଣ୍ଟ ଫାଇଲରେ ଆଟାଚ୍ କରି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସଙ୍କୁ ପଠାଉଛନ୍ତି ହ୍ୟାକର୍ । ଯଦି ଅଜଣା ଲିଙ୍କରେ ଆସୁଥିବା ଏଭଳି ଭାଇରସ୍ ଫାଇଲକୁ କେହି କ୍ଲିକ୍ କରୁଛି, ତାହେଲ ସଂପୃକ୍ତ ଡିଭାଇସ ହ୍ୟାକରଙ୍କ ହାତକୁ ଚାଲିଯାଉଛି । ଏନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି ହୋଇଛି ।
ତେଣୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏମିତିକି tasksche.exe ଫାଇଲ୍ ଯଦି କମ୍ପୁଟରରେ ଦେଖିବାକୁ ପାଉଛନ୍ତି, ତୁରନ୍ତ ତାକୁ ଡିଲିଟ କରିବା ଲାଗି ଆଲର୍ଟ କରାଯାଇଛି । ଏଥିରୁ ବର୍ତ୍ତିବା ଲାଗି ମିଡିଆ ଅଟୋ ଡାଉନଲୋଡ ଫିଚର ବନ୍ଦ ରଖନ୍ତୁ ।
- 'ଡ୍ୟାନ୍ସ ଅଫ ଦ ହିଲାରୀ' ଭାଇରସ୍
- ପାକିସ୍ତାନ ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ
- ଡ୍ୟାନ୍ସ ଅଫ ଦ ହିଲାରୀ ନାଁରେ ଭାଇରସ ପଠାଉଛନ୍ତି ପାକ୍ ହ୍ୟାକର
- ଅପରେସନ ସିନ୍ଦୂର ଆଗରେ ଚିତପଟାଙ୍ଗ ମାରିବା ପରେ ସାଇବର୍ ଆଟାକ୍ ଚେଷ୍ଟା
- ଅଜଣା ଲିଙ୍କରେ ଆସୁଥିବା ଭାଇରସ୍ ଫାଇଲ କ୍ଲିକ୍ କରନ୍ତୁନି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)