Advertisment

Virat Kohli Retirement: ଆଉ ଧଳା ଜର୍ସି ପିନ୍ଧିବେନି କୋହଲି, ୨୦୧୧ରେ କରିଥିଲେ ଡେବ୍ୟୁ

ଟେଷ୍ଟକୁ ବାଏ ବାଏ କହିଲେ ବିରାଟ । ହ୍ୱାଇଟ ଜର୍ସିରେ ଆଉ ଦେଖିବାକୁ ମିଳିବନି କିଙ୍ଗ କୋହଲିଙ୍କୁ । ରୋହିତଙ୍କ ପରେ ଅବସର ନେଲେ ବିରାଟ । ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି  ।

author-image
Namita Biswal
ଅଦ୍ୟତନ ହୋଇଛି
Virat Kohli

Virat Kohli

ଯାହା ଆଶା କରାଯାଉଥିଲା, ତାହା ସତ ହେଲା । ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା । ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କିଙ୍ଗ କୋହଲି । ୧୪ ବର୍ଷ ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି ସେ । ସୋସିଆଲ ମିଡିଆରେ ଏକ ଭାବ ବିହ୍ୱଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି  ।

Advertisment

୧୪ ବର୍ଷ ତଳେ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ବ୍ଲୁ ଜର୍ସି ପିନ୍ଧିଥିଲି । ହେଲେ କେବେ କଳ୍ପନା କରିନଥିଲି ଏହି ଫର୍ମାଟ୍ ମୋତେ ଏପରି ଏକ ଯାତ୍ରାରେ ନେଇଯିବ । ଟେଷ୍ଟ ମ୍ୟାଚ୍‌ରୁ ଯାହା ଶିକ୍ଷା ମିଳିଛି ତାକୁ ଜୀବନ ସାରା ମନେ ରଖିବି । ଧଳା ଜର୍ସି ପିନ୍ଧି ଖେଳିବା ଅତ୍ୟନ୍ତ ସ୍ୱତନ୍ତ୍ର ଓ ବ୍ୟକ୍ତିଗତ ଅଭିଜ୍ଞତା । ମୋର ପରୀକ୍ଷା ନେଇଥିଲା, ମୋତେ ଆକାର ଦେଇଛି । ଏହି ଫର୍ମାଟରୁ ଦୂରେଇ ଯିବା ସହଜ ନୁହେଁ । କିନ୍ତୁ ବର୍ତ୍ତମାନ ପାଇଁ ଏହା ଠିକ୍ ଲାଗୁଛି । ମୁଁ ଏଥିରେ ମୋର ସର୍ବସ୍ୱ ଦେଇଛି । ମୋତେ ଆଶା କରିଥିବାଠାରୁ ଅଧିକ ଦେଇଛି । ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କ ପାଖରେ କୃତଜ୍ଞ । ସବୁବେଳେ ହସି ହସି ମୋର ଟେଷ୍ଟ କ୍ୟାରିୟରକୁ ପଛକୁ ଦେଖିବି ବୋଲି ବିରାଟ ନିଜ ପୋଷ୍ଟରେ କହିଛନ୍ତି । 

ଜୁନ୍ ୨୦୧୧ରେ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ବିରାଟ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା ମ୍ୟାଚ୍ । କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୧୫ ରନ୍ କରିଥିଲେ । ଚଳିତ ବର୍ଷ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା । ଏଥିରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ବିତୀୟ ପାଳିରେ ୬ ରନ୍ କରିଥିଲେ । ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ । 

Advertisment

ଏବେ କେବଳ ଦିନିକିଆ ଖେଳିବେ । ପୂର୍ବରୁ ଟି-ଟ୍ବେଣ୍ଟିରୁ ଅବସର ନେଇସାରିଛନ୍ତି । ଭାରତ ପାଇଁ ୬୮ ଟେଷ୍ଟରେ ଅଧିନାୟକ ରହିଥିଲେ। ଅଧିନାୟକ ଥିବା ବେଳେ ଭାରତକୁ ୪୦ଟି ମ୍ୟାଚ୍ ଜିତାଇଛନ୍ତି । କେହଲି କ୍ୟାପଟେନ୍ ଦାୟିତ୍ବ ନେବା ବେଳେ ଭାରତର ଆଇସିସି ରାଙ୍କରେ ସାତ ନମ୍ବରରେ ଥିଲା । ନିଜେ ଓ ଟିମକୁ ନେଇ ଟିମ୍ ଇଣ୍ଡିଆକୁ ଏକ ନମ୍ବର କରିଥିଲେ କୋହଲି । ଟେଷ୍ଟ କ୍ୟାପଟେନ୍ ଥିବା ବେଳେ ଭାରତକୁ ନମ୍ବର-୧ ଟିମ୍ କରାଇଥିଲେ । ଏବେ ଅବସର ଘୋଷଣା ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ନିରାଶ କରିଛି । 

Virat Kohli Cricket Test Cricket Virat Kohli Records
Advertisment
Advertisment