ପ୍ରବଳ ବର୍ଷା ପବନ ନେଇ ଆଜି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ।
ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଆଜି ୫ ଜିଲ୍ଲା- ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
#କାଳ_ସାଜିଲା_କାଳବୈଶାଖୀ କାଳବୈଶାଖୀରେ ଉପୁଡ଼ି ରାସ୍ତାରେ ଯାଉଥିବା ଅଟୋରିକ୍ସାକୁ ଚାପିଦେଲା ଲିମ୍ବ ଗଛ। ଆଖି ପିଛୁଳାକେ ଚାଲିଗଲା ଦୁଇଜଣଙ୍କ ଜୀବନ।
ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା।
ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ଆଜି ୧୫ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୩ ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀର ପ୍ରଭାବ କମିବା ପରେ ପୁଣି ବଢ଼ିବ ତାତି ।
ଆଜି ରାଜ୍ୟରେ କାଳବୈଶାଖୀ ହେବ। ବର୍ଷା ସହ ପବନ ହେବ। ଆଜି ପାଇଁ ୭ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର ।
ଯାତ୍ରା ଜଗତରେ ଉଠିଥିବା ଝଡ଼ ଭିତରେ ନିର୍ଧୁମ ବର୍ଷିଲେ । କଳାକାରଙ୍କୁ ବେଇମାନ କରୁଛି କିଏ...ଅସନ୍ତୋଷ ଛାଡ଼ିଲେ ସୋସିଆଲ୍ ମିଡ଼ିଆରେ...ଅନ୍ୟ କଳାକାରଙ୍କ ଯେଭଳି ବୟକଟ୍ କରାଯାଉଛି, ତାଙ୍କୁ ବି ବୟକଟ କରାଯାଉ ବୋଲି ଦେଲେ ଖୋଲା ଆହ୍ବାନ ।
କାଳବୈଶାଖୀ ଜନିତ ବର୍ଷା କାରଣରୁ ରାଜଧାନୀ ବାସୀଙ୍କୁ ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ମଙ୍ଗଳବାର ଅପରାହ୍ନରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା। ଏହା ସହିତ ପବନର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ୪ ଦିନ ପାଇଁ ବର୍ଷା ଓ ପବନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା।
ଆସନ୍ତାକାଲିଠୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ବିଶେଷ ପ୍ରଭାବିତ ହେବ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶା । ଝଡ଼ବର୍ଷା ନେଇ ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର ।
କାଳବୈଶାଖୀ କମାଇଲା ତାତି। ଆସନ୍ତା ୧୭ ତାରିଖ ଯାଏ ବର୍ଷିବ କାଳବୈଶାଖୀ ବର୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ୧୩, ୧୪ ଓ ୧୫ ତାରିଖରେ କାଳବୈଶାଖୀ ପ୍ରକୋପ ଅଧିକ ରହିବ।
ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆକାଶରେ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ । ବର୍ଷା ପବନ ସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ବି ହୋଇଥିଲା ।
ଆଜି ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୩୦ରୁ ୪୦, ଅନ୍ୟ କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।
କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।
କାହାର ଓଜାନ ୭ କେଜି ତ ପୁଣି କାହାର ଓଜନ ୮ କେଜି । ବିରାଟ ବିରାଟ ଖଣ୍ଡ ବରଫକୁ ଦେଖିଲେ ଆପଣଙ୍କୁ କୁଆପଥର ବୋଲି ଲାଗିବ ହିଁ ନାହିଁ । ହେଲେ ପ୍ରକୃତି ଯେବେ କୋପ କରେ ସବୁ ହୁଏ ଧ୍ୱଂସବିଧ୍ୱସ୍ତ ।
ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ ।
ଆଜି ସଂଧ୍ୟା ସୁଦ୍ଧା ମିଳିବ କାଳବୈଶାଖୀରେ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ। ବାରିପଦାରେ ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଆଜି ସଂଧ୍ୟା ସୁଦ୍ଧା ଅନଲାଇନରେ ଟଙ୍କା ଦିଆଯିବ । ଯେଉଁମାନଙ୍କ ବ୍ୟାଙ୍କ ସହ ଆଧାର ଲିଙ୍କ୍ ନାହିଁ ସେମାନଙ୍କୁ ସିଧାସଳଖ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।
ଆଜି ଓ ଆସନ୍ତାକାଲି ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଆଜି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରାଯାଇଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାଇଁ ସାଇଁ ଗର୍ଜନ କରି ବହିଲା ପ୍ରଳୟଙ୍କାରୀ ପବନ। ତୁହାକୁ ତୁହା ବର୍ଷିଲା। ଆକାଶରୁ ଖସିଲା କୁଆପଥର।
ପ୍ରକୃତିର କରାଳ ରୂପ ସବୁ କିଛି ଛାରଖାର କରିଦେଇଛି । କୁଆପଥର ସହ ବର୍ଷା ପବନ ଭାଙ୍ଗିଛି ଲୋକଙ୍କ ମେରୁଦଣ୍ଡ ।
ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା । ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ଓ ପବନ ବହିବା ନେଇ ସତର୍କ । ପଢନ୍ତୁ ପୁରା ଖବର