/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746535338.jpg)
ପାକ୍ର ନଜର
ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନଉଛି । ପାକିସ୍ତାନ ନିକଟରେ ଦୁଇଟି ମିସାଇଲ୍ ପରୀକ୍ଷଣ କରି ସାରିଲାଣି । ଆଗକୁ ଯୁଦ୍ଧ ସମ୍ଭାବନା ନିଶ୍ଚିତ ଥିବାରୁ ଭାରତ ମଧ୍ୟ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ସାରିଛି । ଶତ୍ରୁ ପକ୍ଷରୁ କୌଣସି ବିପଦ ଆସିଲେ ତାହାକୁ ଦୃଢ ଭାବରେ ପ୍ରତିହତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ଭାରତ । ଯେକୌଣସି ମୁହୂର୍ତରେ ବି ଯୁଦ୍ଧ ହୋଇପାରେ । ଅପର ପଟୁ ଆକ୍ରମଣ ହେଲେ କଡା ଜବାବ ଦେବା ପାଇଁ ଆଗୁଆ ପ୍ରସ୍ତୁତି ସହ ମକଡ୍ରିଲ୍ କରିବ ଭାରତ । ମେ ୭ ତାରିଖରେ ସାରା ଭାରତର ୨୪୪ଟି ସ୍ଥାନରେ ବ୍ୟାପକ ଅଭ୍ୟାସ କରାଯିବ । ଓଡିଶାର ୧୨ଟି ସ୍ଥାନକୁ ମକଡ୍ରିଲ ପାଇଁ ଚିହ୍ନଟ କରାଯାଇଛି । ୧୨ ଜିଲ୍ଲା ବାତ୍ୟାସ୍ଥଳୀରେ ମକଡ୍ରିଲ୍ କରାଯିବ । ଆଗକୁ ଗ୍ରାମାଞ୍ଚଳରେ ମଧ୍ୟ ମକଡ୍ରିଲ୍ କରାଯିବ । ଏହି ଜିଲ୍ଲାଗୁଡିକ ମଧ୍ୟରେ ଅଛନ୍ତି ଅନୁଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଢେଙ୍କାନାଳ, ପୁରୀ, କୋରାପୁଟ ଏବଂ ସୁନ୍ଦରଗଡ ।
ଅଧିକ ପଢ଼ନ୍ତୁ: ତେଜୁଛି 'ଜଗନ୍ନାଥ ଧାମ' ବିବାଦ, କ'ଣ କହିଲେ ଗଜପତି ମହାରାଜା ?
ଏହି ସବୁ ଜିଲ୍ଲାଗୁଡିକ ଅତି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ମକଡ୍ରିଲ୍ ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ ଚିହ୍ନଟ କରାଯାଇଛି । କାଟେଗୋରୀ ୧ରେ ତାଳଚେର ରହିଥିବା ବେଳେ କାଟେଗୋରୀ ୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା ଏବଂ ପାରାଦୀପ ରହିଛି । କାଟେଗୋରୀ ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲା ରହିଛି । ସେହିପରି କଟକ, ପୁରୀ ଓ ପାରାଦୀପ ପୋର୍ଟ ଜୋନକୁ ଅତି ବିପଦ ଅଂଚଳ ଭାବେ ଚିହ୍ନଟ କରାଯାଇଛି ।
ତେବେ ଏହି ସବୁ ଜିଲ୍ଲାଗୁଡିକୁ ହିଁ କାହିଁକି ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ୍ ପାଇଁ ଚିହ୍ନଟ କରାଯାଇଛି ସେ ନେଇ ଅନେକ ତଥ୍ୟ ମିଳିଛି । ତାଳଚେର ଏକ ଶିଳ୍ପାନୁଷ୍ଠାନ ଅଂଚଳ ହୋଇଥିବାରୁ ଏହାକୁ ଅତି ସମ୍ବେଦନଶୀଳ ଅଂଚଳ ଭାବେ କାଟେଗୋରୀ-୧ରେ ଅନ୍ତର୍ଭୂକ୍ତ କରାଯାଇଛି । ତାଳଚେର କୋଇଲା ରପ୍ତାନୀ କେନ୍ଦ୍ର ହୋଇଥିବାରୁ ଏହି ଶିଳ୍ପାଂଚଳରେ ଅଧିକ ବିପଦ ଆଶଙ୍କା ରହିଛି । ଏଠାରେ ବହୁ ଶିଳ୍ପାଂଚଳ ଗଢି ଉଠିଥିବାରୁ ଏଠାରେ ଜନସଂଖ୍ୟା ମଧ୍ୟ ଅଧିକ । ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏଠାରେ ବହୁ ଜୀବନହାନୀ ହେବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ! ଆତଙ୍କବାଦର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ଭାରତ
ସେହିପରି କାଟେଗୋରୀ-୨ରେ ଥିବା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା ଏବଂ ପାରାଦୀପ ଅଂଚଳରେ ବନ୍ଦର ଓ ଶିଳ୍ପାୟନ ଗଢି ଉଠି ଥିବାରୁ ଏବଂ ଏହା ଉପକୂଳବର୍ତୀ ଅଂଚଳ ହୋଇଥିବାରୁ ଏଠାରେ ମଧ୍ୟ ଯୁଦ୍ଧ ଆଶଙ୍କା ରହିଛି । ଗୋପାଳପୁର ଓ ପାରାଦୀପ ସମୁଦ୍ର ସୀମାରେ ହୋଇଥିବାରୁ ଜଳପଥରେ ଆକ୍ରମଣ ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଆକ୍ରମଣକାରୀମାନେ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଲୋକଙ୍କୁ ବନ୍ଦୀ ରଖି ନିଜ ଦାବି ରଖି ପାରନ୍ତି । କାଟେଗୋରୀ ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଉପକୂଳବର୍ତୀ ଏବଂ ବିକଶିତ ଜିଲ୍ଲା ହୋଇଥିବାରୁ ଆକ୍ରମଣକାରୀ ମାନେ ନିଶ୍ଚୟ ଏହି ଜିଲ୍ଲାଗୁଡିକର କ୍ଷତି କରିବାକୁ ଚାହିଁବେ । ତେଣୁ ଏହି ସବୁ ଅଂଚଳ ଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ମୁଖ୍ୟତଃ ସମୁଦ୍ର ନିକଟବର୍ତୀ ଅଂଚଳରେ ବାହ୍ୟ ଦେଶର ନାଗରିକମାନଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ସୁବିଧା ହେଉଛି । ସାମ୍ପ୍ରତିକ ଭୂ-ରାଜନୈତିକ ପରିସ୍ଥିତିରେ ନୂତନ ଓ ଜଟିଳ ଚ୍ୟାଲେଞ୍ଜ ଦେଖାଦେଇଛି । ତେଣୁ ଏହି ଅଂଚଳଗୁଡିକରେ ଆକ୍ରମଣ ଆଶଙ୍କା ଅଧିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)