/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742696854.jpg)
thunderstorm
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ଦୁଇ ଦିନ ଆଜି ଏବଂ ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ହେଲେ ଆଜିଠୁ କମିବ ବର୍ଷାର ପରିମାଣ। ୨୪ ତାରିଖ ପରଠୁ ବର୍ଷା ସମ୍ପୂର୍ଣ୍ଣ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଆଜି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରାଯାଇଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା
ଅନ୍ୟପକ୍ଷରେ କାଳବୈଶାଖୀର ତାଣ୍ଡବରେ ପ୍ରଭାବିତ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପର ଉପଖଣ୍ଡର ବିଶୋଇ ବ୍ଲକର ଗାଁ ଗୁଡ଼ିକୁ ପରିଦର୍ଶନ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଗଣେଶ ରାମ ସିଂ ଖୁଣ୍ଟିଆ । ବିଶୋଇ ବ୍ଲକର ଦୁଇଟି ପଞ୍ଚାୟତ ଖଡମବେଡ଼ା ଓ ଜୁଡ଼ିଆ ପଞ୍ଚାୟତର ୧୫ଟି ଗାଁର ପ୍ରାୟ ୫ହଜାର ଲୋକଙ୍କର ଘରଦ୍ୱାର ନଷ୍ଟ ହୋଇଯାଇଛି। ସେମାନେ ଅନ୍ଧାର ଭିତରେ ରହିଥିବା ବେଳେ ସେମାନଙ୍କୁ ରିପୋର୍ଟ ଆଧାରରେ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)