Advertisment

Kalbaisakhi Rain In Odisha: ଆହୁରି ୨ ଦିନ କାଳବୈଶାଖୀ ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ଆଜି ୧୫ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

author-image
Namita Biswal
ଅଦ୍ୟତନ ହୋଇଛି
Kalbaisakhi Rain

Kalbaisakhi Rain

ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଭୋର୍‌ରୁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ଟ୍ୱିନସିଟିରେ ମେଘୁଆ ରହିଛି ପାଗ । ଆଜି ବି ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବା ନେଇ ସତର୍କତା ଜାରି ହୋଇଛି । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି ।

Advertisment

ଅଧିକ ପଢନ୍ତୁ:ଲୋପ ପାଉଛି ଲୋକ କଳା ଓ ସଂସ୍କୃତି, କୈବର୍ତ୍ତ ଜାତି ପକ୍ଷରୁ ଘୋଡା ନାଚ

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । 

Advertisment

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଏବଂ ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୪୦ ଡିଗ୍ରୀ ଡେଇଁବା ନେଇ ଆକନଳ କରାଯାଇଛି ।

ଅଧିକ ପଢନ୍ତୁ:ଶୁଷ୍କ ହେଉଛି ଋଷିକୂଲ୍ୟା, ସୃଷ୍ଟି ହେଇଛି ମରୁଭୂମିର ଭ୍ରମ

Yellow Warning Heavy Rainfall Kalabaisakhi In Odisha
Advertisment
Advertisment